ନୂଆଦିଲ୍ଲୀ, ୧୯/୧୨ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଟି-ଟ୍ବେଣ୍ଟି ମ୍ଯାଚ ଖେଳାଯିବ। ଗୋଟିଏ ପଟେ ଭାରତ ଆଜିର ମ୍ଯାଚ ଜିତି ସିରିଜ ହାତେଇବାକୁ ଚାହିଁବ ଅନ୍ଯପଟେ ଦକ୍ଷିଣ ଆଫ୍ରିକା ଆଜିର ମ୍ଯାଚରେ ବିଜୟୀ ହୋଇ ସିରିଜ ବରାବର କରିବା ପାଇଁ ଚାହିଁବ। ଏହାରି ଭିତରେ ଭାରତର ପ୍ଲେଇଙ୍ଗ ଇଲେଭେନ ଦଳରେ ଅନେକ ପରିବର୍ତ୍ତନ କରାଯାଇଛି। ଆଜି ଦଳରୁ ଗିଲ ଆଉଟ ହେବା ସହ ସଞ୍ଜୁ ସାମସନଙ୍କୁ ଖେଳରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ବୁମରାହ ମଧ୍ୟ ଦଳକୁ ଫେରିସାରିଛନ୍ତି ବୋଲି ସୂଚନା ଆସି ସାରିଛି। ଏଣୁ ଆଜି ପ୍ଲେଇଙ୍ଗ ଇଲେଭେନରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ। ମାତ୍ର ଯଦି ଦକ୍ଷିଣ ଆଫ୍ରିକା ବାଜି ମାରି ନିଏ ତେବେ 2-2ରେ ସିରିଜ ବରାବର ହୋଇଯିବ। ସୂଚନାଯୋଗ୍ଯ ଯେ ପାଞ୍ଚ ମ୍ଯାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ଚତୁର୍ଥ ମ୍ଯାଚ ଉତ୍ତରପ୍ରଦେଶର ଲକ୍ଷ୍ନୋରେ ହେବାକୁ ସ୍ଥିର କରାଯାଇଥିଲା।
ଭାରତ : ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (WK), ସୂର୍ଯ୍ୟକୁମାର ଯାଦବ (C), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବ ଦୁବେ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ।
ଦକ୍ଷିଣ ଆଫ୍ରିକା : ରୀଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ୍ ଡି କକ୍ (WK), ଆଇଡେନ୍ ମାକ୍ରମ (C), ଡେୱାଲ୍ଡ ବ୍ରୁଇସ୍, ଡେଭିଡ୍ ମିଲର୍, ଡୋନୋଭାନ୍ ଫେରେରା, ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ୍, କର୍ବିନ୍ ବୋଶ୍, ଲୁଙ୍ଗି ଏନଗିଡି, ଓଟେନିଲ୍ ବାର୍ଟମ୍ୟାନ୍।