ନୂଆଦିଲ୍ଲୀ,୨୨/୫: ଆଜିକାଲିର ସୋସିଆଲ ମିଡିଆ ଯୁଗରେ ସମ୍ପର୍କରେ ତିକ୍ତତା ଦେଖାଯିବା ସହ ଆଉ ଏକ ଜିନିଷ ବୃଦ୍ଧି ପାଇଛି । ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତର ନିଆଯାଇଥିବା ଫଟୋ ବା ଭିଡିଓ ଭାଇରାଲ ହେବାର ଡର । ବିହାରର ଗୟା ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛ, ଯେଉଁଠାରେ ଜଣେ ଭିଣୋଇ ସୋସିଆଲ ଭିଡିଆରେ ଶାଳୀର ଅଶ୍ଲୀଳ ଫଟୋ ଭାଇରାଲ କରିବାର ଧମକ ଦେବା ସହ ସତକୁ ସତ ଭାଇରାଲ କରିଦେଇଛି ।
ସୂଚନା ଅନୁସାରେ, ଭିଣୋଇ ଜଣକ ନିଜ ଶାଳୀକୁ ପ୍ରେମ କରୁଥିଲା ଓ ବାହା ହେବାକୁ ଜିଦ୍ ଧରିଥିଲା । ଭିଣୋଇ ୪ଟି ପିଲାର ବାପା ଥିବା ବେଳେ ସେ ସେମାନଙ୍କୁ ଛାଡ଼ି ଶାଳୀକୁ ବାହା ହେବା ପାଇଁ ଦାବି କରିଥିଲା । କେବଳ ଏତିକି ନୁହେଁ, ସେ ନିଜ ଶ୍ୱଶୂରଘର ଲୋକଙ୍କୁ କଟୁରୀ ଦେଖାଇ ଧମକ ମଧ୍ୟ ଦେଇଥିଲା । କିଛି ବାଟ ନପାଇ ଶ୍ୱଶୂରଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏବେ ପୋଲିସ ସେହି ରସିକିଆ ଭିଣୋଇକୁ ଖୋଜିବାରେ ଲାଗିଛି ।
ତେବେ ମଗଧ ମେଡିକାଲ ଥାନା ଅଞ୍ଚଳରରେ ରହୁଥିବା ରବି କୁମାରଙ୍କ ବାହାଘର ବାଙ୍କେବଜାର ଥାନାର ଏକ ଗାଁରେ ହୋଇଥିଲା । ବାହାଘର ପରେ ସେମାନଙ୍କର ବୈବାହିକ ଜୀବନ ବହୁତ ଭଲ ଚାଲିଥିଲା । ୪ ଛୁଆ ମଧ୍ୟ ହୋଇଥିଲା । ଏହାରି ମଧ୍ୟରେ ଭିଣୋଇ ଅଚାନକ୍ ପତ୍ନୀକୁ ଛାଡ଼ି ଶାଳୀରେ ପ୍ରେମରେ ପାଗଳ ହୋଇଗଲା । ଏମିତି ପ୍ରେମ ହେଲା କି ଭିଣୋଇ ଶାଳୀର ଅନେକ ଅଶ୍ଲୀଳ ଫଟୋ ରେକର୍ଡ କରିଥିଲା । ଏବେ ଭିଣୋଇ ଶାଳୀର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି । ଫଟୋ ଭାଇରାଲ ସହ ଶ୍ୱଶୂରଘର ଲୋକଙ୍କୁ କଟୁରୀ ଦେଖି ଧମକ ଦେବାକୁ ସେମାନେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ ।