ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧ ହଜାର ୪୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପାଖାପାଖି ଗତ ୪ ମାସ ମଧ୍ୟରେ ଏହା ସର୍ବନିମ୍ନ। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୧ ହଜାର ୩୧୫କୁ ଖସିଛି। ଯାହାକି ଗତ ୧୦୯ ଦିନ ମଧ୍ୟରେ ସର୍ବନିମ୍ନ।
ଦେଶରେ ଆରୋଗ୍ୟ ହାର ଏବେ ରହିଛି ୯୭.୨୮ ପ୍ରତିଶତ। ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୭ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏବେ ସୁଦ୍ଧା ଦେଶରେ ସମୁଦାୟ ୩ କୋଟି ୬୩ ହଜାର ୭୨୦ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରି ସାରିଲେଣି। ଦେଶରେ ଦୈନିକ ପଜିଟିଭ୍ ହାର ଏବେ ୧.୮୧ରେ ରହୁଛି। ଗତ ୨୨ ଦିନ ମଧ୍ୟରେ ଦେଶରେ ପଜିଟିଭ୍ ହାର ୩ ପ୍ରତିଶତ ତଳକୁ ଖସିିଥିବା ରେକର୍ଡ ହୋଇଛି।
ଯେହେତୁ ଦେଶରେ ଟିକାକରଣକୁ ଏବେ ଅଧିକ ଗୁରତ୍ବ ଦିଆଯାଇଛି ଏବେ ସୁଦ୍ଧା ସମୁଦାୟ ୩୮.୧୪ କୋଟି ଡୋଜ୍ ଟିକା ଦିଆଯାଇଥିବା ରେକର୍ଡ ରହିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।