ପିଓକେରେ ହୋଇନାହିଁ ଏୟାର ଷ୍ଟ୍ରାଇକ୍ : ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ୍ ସିଂ

ନୂଆଦିଲ୍ଲୀ, ୧୯/୧୧ : ପାକିସ୍ତାନ ଅଧିକୃତ କାଶ୍ମୀର( ପିଓକେ)ରେ ଥିବା ଆତଙ୍କବାଦୀ ଲଞ୍ଚ୍‌ପ୍ୟାଡ୍‌ ଉପରେ ଭାରତୀୟ ବାୟୁସେନା ପକ୍ଷରୁ ଆଜି ବିମାନ ଆକ୍ରମଣ କରାଯାଇଥିବା ଖବର ସତ୍ୟ ନୁହେଁ । ଏୟାର ଷ୍ଟ୍ରାଇକ୍ ଖବର ମିଛ । ସୀମା ଆରପଟେ ଭାରତ କୌଣସି ଏୟାର ଷ୍ଟ୍ରାଇକ୍ କରି ନଥିବା ସ୍ପଷ୍ଟ କଲେ ମିଲିଟାରି ଅପରେସନ ଡିଜି । ପିଓକେରେ ଭାରତ ପକ୍ଷରୁ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରାଯାଇଥିବା ଖବର ପ୍ରକାଶ କରିଥିଲା ପିଟିଆଇ । ତେବେ ଏହି ଖବର ମିଛ ଏବଂ ଭାରତ ପକ୍ଷରୁ ସେଭଳି କୌଣସି ଏୟାର ଷ୍ଟ୍ରାଇକ୍ କରାଯାଇନଥିବା​‌ ସ୍ପଷ୍ଟ ହୋଇଛି । ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ସେନାର ଡିଜି ଲେପ୍ଟନାଣ୍ଟ୍ ଜେନେରାଲ ପରମଜିତ୍ ସିଂ ।