ନୂଆଦିଲ୍ଲୀ, ୦୯/୦୭ : ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଆଜି ରାତିରେ ହୋଇପାରେ । କାରଣ ଭାରତ ପାଇଁ ଆମେରିକା ଜାରି କରିଥିବା ଶୁଳ୍କ ସମୟସୀମାର ଆଜି ହେଉଛି ଶେଷ ଦିନ। ବାକି ଦେଶ ପାଇଁ ଏହି ଡେଡଲାଇନ୍ ଅଗଷ୍ଟ ପହିଲାରେ ରଖାଯାଇଛି । ଏଭଳି ସ୍ଥଳେ ଅନୁମାନ କରାଯାଉଛି ଆଜି ରାତିରେ ଦୁଇ ଦେଶ ମଧ୍ୟରେ ଏହି ଡିଲ୍ ହୋଇପାରେ । ଗତକାଲି ହିଁ ଭାରତର ଜଣେ ବରିଷ୍ଠ ଅଧିକାରୀ କହିସାରିଛନ୍ତି ଭାରତ-ଆମେରିକା ମଧ୍ୟରେ ମିନି ଟ୍ରେଡ୍ ଡିଲ୍ ହୋଇସାରିଛି । କିଛିଦିନର ଚର୍ଚ୍ଚା ପରେ ଏହି ଡିଲ୍ ପକ୍କା ହୋଇଛି । କିନ୍ତୁ ଏନେଇ ଏଯାଏଁ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ତେବେ ଆମେରିକା ଭାରତ ଉପରେ କେତେ ଶୁଳ୍କ ଲଗାଇବ ତାହା ସ୍ଥିର ହୋଇନାହିଁ ।