ସେନା ଟ୍ରକରେ ନିଆଁ ଲାଗି ୪ ଯବାନ ସହିଦ

ଜାମୁ-କଶ୍ମୀର : ପୁଞ୍ଚ ଜିଲ୍ଲାରେ ସେନାର ଏକ ଟ୍ରକରେ ନିଆଁ ଲାଗିଯିବାରୁ ୪ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ଏଥିରେ ଆଉ କିଛି ଯବାନ ପୋଡ଼ି ଯାଇ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ସେନାର ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ।

ଜାତୀୟ ରାଜପଥର ଭାଟା ଦୁରିଆନ ଜଙ୍ଗଲ ଅଂଚଳରେ ହୋଇଥିବା ଜଣାଯାଇଛି । ଟ୍ରକରେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ବଜ୍ରପାତ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ସେନାର ବରିଷ୍ଠ କମାଣ୍ଡର ଓ ସ୍ଥାନୀୟ ପୁଲିସ ପହଞ୍ଚିଛନ୍ତି । ସେନାର ଆଉ ଏକ ଟ୍ରକରେ ଯବାନମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ରାସ୍ତାରେ ବହୁ ସଂଖ୍ୟକ ଯାନବାହାନ ଅଟକି ଯାଇଛି ।