କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର, ୪ % ବଢ଼ିଲା ମହଙ୍ଗାଭତ୍ତା

ନୂଆଦିଲ୍ଲୀ ୨୫/୦୩ : କେନ୍ଦ୍ର ସରକାରଙ୍କ କାର୍ଯ୍ୟରତ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜାନୁଆରି ପହିଲାରୁ କର୍ମଚାରୀମାନଙ୍କୁ ଏହି ବର୍ଦ୍ଧିତ ମହଙ୍ଗାଭତ୍ତା ମିଳିବ। ୩୮ ପ୍ରତିଶତ ମହଙ୍ଗାଭତ୍ତା କର୍ମଚାରୀ ଓ ପେନସନଭୋଗୀମାନେ ପାଉଥିବାବେଳେ ଏବେ ତାହା ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଏହାର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ। ବର୍ଦ୍ଧିତ ମହଙ୍ଗାଭତ୍ତା ବାବଦରେ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୧୨୮୧୫ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ହେବ। ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନଭୋଗୀ ଏହାଦ୍ବାରା ଉପକୃତ ହେବେ ବୋଲି କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

SBI AD