ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଚା’ ପିଇବାକୁ ଆମନ୍ତ୍ରଣ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଗୌହାଟୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଆସାମ ପ୍ରତିପକ୍ଷ ହିମନ୍ତ ବିଶ୍ବ ଶର୍ମାଙ୍କୁ ତାଙ୍କ ଘରେ ଚା’ ପିଇବା ପାଇଁ ଆମନ୍ତ୍ରଣ କରିଛନ୍ତି। ଗୌହାଟୀସ୍ଥିତ ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଦିନ ପହଞ୍ଚିବା ପରେ କେଜ୍ରିୱାଲ ଏହି ଆମନ୍ତ୍ରଣ କରିଛନ୍ତି। ଏଥିସହିତ ସମୟ ଥିଲେ ମଧ୍ୟାହ୍ନ ଭୋଜନ ମଧ୍ୟ କରିପାରିବେ । ଦିଲ୍ଲୀରେ ଆପ୍‌ ୨୦୧୫ରେ କ୍ଷମତାକୁ ଆସିଥିଲା। ଆସାମରେ ବିଜେପି ୨୦୧୬ରେ କ୍ଷମତାକୁ ଆସିଥିଲା। କିନ୍ତୁ ଦିଲ୍ଲୀରେ ହୋଇଥିବା କାମ ଏବଂ ଆସାମରେ ହୋଇଥିବା କାମକୁ ଦେଖନ୍ତୁ। ଆସାମରେ ହୀନ ରାଜନୀତି ଛଡ଼ା ଆଉ କିଛି ହୋଇନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

ଶ୍ରୀ ବିଶ୍ବ ଶର୍ମା ଦୁର୍ନୀତିରେ ଜଡ଼ିତ ନେଇ କେଜ୍ରିୱାଲ ବିଧାନସଭାରେ କହିଥିଲେ। ଏଭଳି ଅଭିଯୋଗ ସେ ବାହାରେ କରିଥିଲେ ତାଙ୍କ ବିରୋଧରେ ମାନହାନି ମାମଲା କରିଥାନ୍ତେ ବୋଲି ବିଶ୍ବ ଶର୍ମା ଧମକ ଦେଇଥିଲେ। ବିଶ୍ବ ଶର୍ମା କହିଥିଲେ ମୋ ବିରୋଧରେ ଦେଶରେ କେଉଁଠି ଏଫ୍‌ଆଇଆର୍‌ କିମ୍ବା ମାମଲା ରୁଜୁ ହୋଇଛି କି? ମୁଁ ତାଙ୍କ ବିରୋଧରେ ମାମଲା କରିବାକୁ ଚାହେଁ। କିନ୍ତୁ ଭୀରୁ ଭଳି ସେ ବିଧାନସଭା ଭିତରେ ବିବୃତି ଦେଇଛନ୍ତି । ୨ ତାରିଖରେ କେଜ୍ରିୱାଲ ଏଠାକୁ ଆସି ମୁଁ ଦୁର୍ନୀତିଗ୍ରସ୍ତ ବୋଲି କହିଲେ ସିସୋଦିଆଙ୍କ ଭଳି ତା ପରଦିନ ମୁଁ ତାଙ୍କ ବିରୋଧରେ ମାନହାନି ମାମଲା କରିବି ବୋଲି ସେ କହିଥି‌ଲେ।

ରବିବାର କେଜ୍ରିୱାଲଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆସାମ ଗସ୍ତ କରିଛନ୍ତି। କିନ୍ତୁ ସେ ଜଣେ ଭୀରୁ ହୋଇଥିବାରୁ ଆସାମରେ ମୋ ବିରୋଧରେ ମୁହଁ ଖୋଲିନାହାନ୍ତି। ଅନ୍ୟପକ୍ଷରେ ଏକ ରାଲିରେ ଯୋଗଦେଇ କେଜ୍ରିୱାଲ କହିଛନ୍ତି ଆପ୍ କ୍ଷମତାକୁ ଆସିଲେ ଲୋକଙ୍କୁ ମାଗଣା ବିଜୁଳି ଏବଂ ସବୁ ଯୁବକଙ୍କୁ ଚାକିରି ଦେବ।

SBI AD