ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍

ନୂଆଦିଲ୍ଲୀ, ୧୧/୧୦ : ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ନୂଆ ରଣନୀତି ନେଇ ଆଜି ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଦ୍ବିତୀୟ ମ୍ୟାଚରେ ବଡ଼ ସ୍କୋର କରିବା ସତ୍ତ୍ବେ ହାରିଥିଲା ଟିମ ଇଣ୍ଡିଆ । ବୋଲିଂ ଲାଇନରେ କିଛିଟା ପରିବର୍ତ୍ତନ କରିପାରନ୍ତି କ୍ୟାପଟେନ ଶ୍ରେୟସ ଆୟ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍ ବର୍ତ୍ତମାନ ୧-୧ ରେ ବରାବର ରହିଛି । ଭାରତ ପ୍ରଥମ ମ୍ୟାଚ୍ ୮ ୱିକେଟ୍ ରେ ଜିତିଥିବା ବେଳେ, ଦ୍ୱିତୀୟ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ ଚମତ୍କାର ପ୍ରଦର୍ଶନ କରି ୨୫୦ ରନ୍ ର ବିଶାଳ ଲକ୍ଷ୍ୟକୁ ହାସଲ କରି ୬ ୱିକେଟ୍ ରେ ବିଜୟୀ ହୋଇଥିଲା । ଦ୍ବିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଜବରଦସ୍ତ କମବ୍ୟାକ କରିଥିବାରୁ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ରାଞ୍ଚିରେ ୱେଷ୍ଟଇଣ୍ଡିଜର ଧୂଆଁଦାର ବିଜୟ ହାସଲ କରିଥିଲା । ୨୫୦ ରନର ବିଶାଳ ଟାର୍ଗେଟ୍ ଦେଇ ବି ହାରିଥିଲା ଇଣ୍ଡିଆ ।

ଶୁକ୍ରବାର ରାଞ୍ଚିର ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳାଯାଇଥିଲା । ଭାରତ ୨୪୯ ରନର ବଡ଼ ସ୍କୋର ଛିଡ଼ା କରିଥିଲା । ହେଲେ ୱେଷ୍ଟଇଣ୍ଡିଜ୍ ଏହି ଏହି ଟାର୍ଗେଟକୁ ମାତ୍ର ୧୮.୩ ଓଭରରେ ପୂରା କରି ନେଇଥିଲା । ତେଣୁ ଭାରତୀୟ ବୋଲରଙ୍କ ଉପରେ ଚାପ ରହିଛି । ୱେଷ୍ଟଇଣ୍ଡିଜ୍ କ୍ୟାପ୍ଟେନ ଷାଇ ହୋପ୍ ସର୍ବାଧିକ ୧୦୨ ରନ୍ କରିଥିବା ବେଳେ ଶେରରାନ ରଦରଫୋର୍ଡ ୮୪ ରନ୍ କରିଥିଲେ । ଶାଇ ହୋପ୍ ତାଙ୍କ ଇନିଂସରେ ୪୫ ବଲ୍ ଖେଳିଥିଲେ ।