ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ

ନୂଆଦିଲ୍ଲୀ, ୨୯/୧୦ : ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି ଟକ୍କର । ଦିନିକିଆ ସିରିଜରେ ପରାଜୟ ପରେ ଟ୍ବେଣ୍ଟି-୨୦ ସିରିଜ ଜିତି ଦିନିକିଆ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ଫର୍ମ ଭଲ ନ ଥିଲେ ବି ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେଙ୍କ ଭଳି ଖେଳାଳିଙ୍କ ପାଇଁ ଭାରତ ପାଇଁ ମ୍ୟାଚ ୱିନର ହୋଇପାରନ୍ତି । ଦିନିକିଆରେ ଦୁର୍ବଳ ପ୍ରଦର୍ଶନ କରିଥିବା ଉପଅଧିନାୟକ ଶୁବମନ୍ ଗିଲ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଏହାର ଭରଣା କରିବାକୁ ଆଶା ରଖିଛନ୍ତି । ମାନୁକା ଓଭାଲ ପିଚ୍ କିନ୍ତୁ ନିଶ୍ଚିତ ଭାବେ ଭାରତୀୟ ଯୁବ ଖେଳାଳିଙ୍କୁ ପରୀକ୍ଷାରେ ପକାଇବ, ସେଥିରେ ଆଦୌ ସନ୍ଦେହ ନାହିଁ । ଏହି ଶୃଙ୍ଖଳାରେ ଫର୍ମକୁ ଫେରିବାର ଆଶା ଅଛି । ଆମ ପାଖରେ ବିକଳ୍ପର ଅଭାବ ନାହିଁ । ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସ ମଧ୍ୟ ନିଜ ଦଳର ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଦିନିକିଆ ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ ଭଲ କରିବୁ ବୋଲି ମାର୍ଶ କହିଛନ୍ତି। ମ୍ୟାଚ୍ ଅପରାହ୍ ଣ ୧ ଟା ୪୫ ମିନିଟରୁ ଆରମ୍ଭ ହେବ। କାନବେରା ପାଗ କୋହଲା ରହିବ । ଦିନରେ ଝିପିଝିପି ବର୍ଷା ହେବାର ପୂର୍ବାନୁମାନ ରହିଛି । ତେବେ ସଂଧ୍ୟାରେ ପାଗ ଶୁଖିଲା ରହିବାର ସମ୍ଭାବନା ଥିବାରୁ ପୂରା ୪୦ ଓଭର ଖେଳ ସୁରୁଖୁରୁରେ ସରିବାର ଆଶା ରହିଛି । ମାନୁକା ଓଭାଲରେ ପାରମ୍ପରିକ ଭାବେ ବଡ଼ ସ୍କୋର୍ ହେଉ ନଥିବାରୁ ଆଜି ମଧ୍ୟ ଏହା ଜାରି ରହିପାରେ । ମାନୁକା ଓଭାଲରେ ୫ଟି ଟ୍ବେଣ୍ଟି-୨୦ ଖେଳାଯାଇଥିବା ବେଳେ ପ୍ରଥମ ଓ ଦ୍ବିତୀୟ ବ୍ୟାଟିଂ କରିଥିବା ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଭାରତ ଏଠାରେ ଗୋଟିଏ ଟ୍ବେଣ୍ଟି-୨୦ ଖେଳି ଜିତିଛି ।

 

SBI_Festive_Digital Billboard