ଭାରତରେ ରହିଛି ଏଭଳି ସ୍ଥାନ ଯେଉଁଠାରୁ ଦେଖାଯାଉଛି ପାକିସ୍ତାନର ସମ୍ପୂର୍ଣ୍ଣ ଛବି

ଭୁବନେଶ୍ୱର,୧୩/୭ : ଭାରତ ଏଭଳି ଏକ ଦେଶ ଯେଉଁଠାରେ ରାଜା ମହାରାଜାଙ୍କର ଶାସନ ରହିଛି । ଏଠାରେ ବହୁ ରାଜା ଲୁଟ କରିଛନ୍ତି କିନ୍ତୁ ସୁରକ୍ଷିତ ରହିବା ପାଇଁ ନିଜ ନିଜର କଳାକୃତିରେ କିଲ୍ଲା ନିର୍ମାଣ କରିଛନ୍ତି । ରାଜସ୍ଥାନର ଏହି ଭଳି ଏକ କିଲ୍ଲା ଅଛି ଯାହାକି ୫ ଶହ ବର୍ଷ ପୁରୁଣା କିଲ୍ଲା । ଏହି କିଲ୍ଲାରୁ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଦେଖାଯାଏ । କୁହାଯାଉଛି ଯେ, ଭାଗ ବଣ୍ଟା ସମୟରେ ପାକିସ୍ତାନ ଏହାକୁ କବଜା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲା । ତେବେ ରାଜସ୍ଥାନର ଏହି କିଲ୍ଲାର ନାମ ମେହରାନଗଢ ।

ମେହେରାନଗଢ ଦୁର୍ଗ ରାଜସ୍ଥାନର ଜୋଧପୁର ସହରରେ ଅବସ୍ଥିତ । ପନ୍ଦରଶହ ଶତାବ୍ଦୀରେ ଏହି ବିଶାଳକାୟ କିଲ୍ଲା ପଥର ପାହାଡ ଉପରେ ୧୨୫ ମିଟର ଉଚ୍ଚାରେ ନିର୍ମିତ । ଯାହା କୁତବମିନାର ଠାରୁ ବି ଉଚ୍ଚରେ । ୫୦୦ ବର୍ଷ ପୁରୁଣା ଏହି କିଲ୍ଲାରୁ ପାକିସ୍ତାନ ଦେଖାଯାଉଛି । ୧୯୬୫ରେ ଭାରତ ପାକିସ୍ତାନ ଯୁଦ୍ଧରେ ସର୍ବ ପ୍ରଥମେ ମେହରାନଗଢ କିଲ୍ଲାକୁ ନିଶାନା କରାଯାଇଥିଲା । ଜୋଧପୁର ଶାସକ ରାଓ ଯୋଦ୍ଧା ୧୪୫୯ ମଇ ୧୨ରେ ଏହି କିଲ୍ଲାର ସ୍ଥାପନା କରିଥିଲେ । ମହାରାଜ ଯଶବନ୍ତ ସିଂହ ଏହାକୁ ସମାପ୍ତ କରିଥିଲେ ।

ଏହି କିଲ୍ଲାର କାନ୍ଥ ୧୦ କିମି ପର୍ଯ୍ୟନ୍ତ ବ୍ୟାପିଛି । ଏହାର ଉଚ୍ଚତା ୨୦ ଫୁଟରୁ ୧୨୦ ଫୁଟ ଏବଂ ଚଉଡା ୧୨ ଫୁଟରୁ ୭୦ ଫୁଟ ପର୍ଯ୍ୟନ୍ତ ରହିଛି । ଧୁମାମଦାର ସଡକ ସହ ଯୋଡୁଥିବା ଏହି କିଲ୍ଲାର ଚାରୋଟି ଦ୍ୱାର ରହିଛି । କିଲ୍ଲା ଭିତରେ ଭବ୍ୟ ମହଲ, ଅଦଭୁଦ ଦ୍ୱାର, ଜାଲି କବାଟ ଲାଗିଛି । ରାଓ ରାଜା ଚାମୁଣ୍ଡା ମାତାଙ୍କୁ ପୂଜା କରୁଥିଲେ । ସେ ଯୋଦ୍ଧପୁର ଶାସକଙ୍କ କୂଳ ଦେବୀ । ସେ ସେଠାରେ ଚାମୁଣ୍ଡା ମାତାଙ୍କ ମନ୍ଦିର ନିର୍ମାଣ କରିଛନ୍ତି ।