ଦେଶରେ ଆଜି ୮୪,୩୩୨ କରୋନା ସଂକ୍ରମିତ ଚିହ୍ନଟ, ମୃତ୍ୟୁସଂଖ୍ୟା ୪,୦୦୨

ନୂଆଦିଲ୍ଲୀ,୧୨/୬ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୮୪,୩୩୨ କରୋନା ଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪,୦୦୨ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୯୩,୫୯,୧୫୫ ଓ ମୃତ୍ୟୁସଂଖ୍ୟା ୩,୬୭,୦୮୧ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୨୧,୩୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୯,୧୧,୩୮୪ରେ ପହଞ୍ଚିଛି। ଏଥିସହ ଜାତୀୟ ସୁସ୍ଥତା ହାର ୯୫.୦୭%କୁ ବୃଦ୍ଧି ପାଇଛି।