ଆଡିଲେଡ୍, ୧୯/୧୨ : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ପ୍ରଥମ ଇନଂସରେ ଫେଲ ମାରିବା ପରେ ଭାରତୀୟ ବ୍ୟାଟସମ୍ୟାନ୍ ଦ୍ୱିତୀୟ ଇନିଂସରେ ହାତ ଟେକିଦେଇଛନ୍ତି । ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଟକି ଯାଇଛି। ଏହାସହ ଅଷ୍ଟ୍ରେଲିଆକୁ ୯୦ ରନ୍ର ଟାର୍ଗେଟ୍ ଦେଇଛି ଦଳ ।
ପ୍ରଥମ ଇନିଂସରେ ଭାରତ ୨୪୪ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ ୧୯୧ ରନ୍ରେ ସୀମିତ ରହିଥିଲା। ଫଳରେ ଭାରତ ୫୩ ରନ୍ର ଲିଡ୍ ନେଇଥିଲା। ୨ୟ ଇନିଂସରେ ପୃଥ୍ବୀ ଶ ୪ ରନ୍ କରି ଆଉଟ୍ ହୋଇଥିବାବେଳେ ମୟଙ୍କ ଅଗ୍ରୱାଲ ୯, ଜସପ୍ରୀତ ବୁମ୍ରା ୨, ଚେତେଶ୍ଵେର ପୂଜାରା ୦, ବିରାଟ କୋହଲି ୪ ଏବଂ ଆଜିଙ୍କ୍ୟ ରାହାଣେ ଖାତା ଖୋଲି ନ ପାରି ଆଉଟ୍ ହୋଇଯାଇଥିଲେ। ହନୁମା ବିହାରୀ ୮ , ଓ୍ୱାଶିଂଟନ ସୁନ୍ଦର ୪, ଅଶ୍ୱିନ ୦ ରନରେ ଆଉଟ୍ ହୋଇଥିଲେ । ସେହିପରି ମହମ୍ମଦ ସାମି ରିଟାୟର ହର୍ଟ ହୋଇଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହାଜେଲଉଡ୍ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୪ଟି ଓ୍ୱିକେଟ୍ ନେଇଥିଲେ ।