ପୁରୀ ବିମାନ ବନ୍ଦର ପାଇଁ ଫିଟିଲା ରସ୍ତା, ଜମି ଅଧିଗ୍ରହଣ ପାଇଁ କେନ୍ଦ୍ରର ଅନୁମତି

ଭୁବନେଶ୍ୱର, ୦୪/୦୪ : ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାସ୍ତା ଖୋଲିଛି । କେନ୍ଦ୍ର ମନ୍ତ୍ରାଳୟ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ଅନୁମତି ପ୍ରଦାନ କରିଛନ୍ତି । ଫେବ୍ରୁଆରୀ ୨୭ ତାରିଖରେ କେନ୍ଦ୍ର ସରକାର ବନ ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ ଅଧିନିୟମ ୧୯୮୦ର ଧାରା ୨ (୧) ଆଧାରରେ ତର୍ଜମା କରିଛନ୍ତି । ଏହା ପରେ କେନ୍ଦ୍ର ଷ୍ଟେଜ୍-୧ ଅନୁମୋଦନ ପ୍ରଦାନ କରିଛନ୍ତି । ଜଙ୍ଗଲ ଜମିର ୨୭.୮୮୭ ହେକ୍ଟର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ଜଙ୍ଗଲ ବିଭାଗକୁ ଅନୁମତି ଦେଇଛନ୍ତି ।