ବିଦେଶୀ ନାଗରିକଙ୍କୁ ବଡ଼ ଆଶ୍ବସ୍ତି, ଆଉ ଭିସା ପାଇଁ ଦେବାକୁ ପଡିବନି ଜୋରିମାନା

ନୂଆଦିଲ୍ଲୀ, ୧୪/୦୩ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତ ଗତକାଲି ପ୍ରଭାବିତ ବିଦେଶୀ ନାଗରିକଙ୍କ ଭିସାକୁ ୩୦ ଦିନ ପାଇଁ ବୃଦ୍ଧି କରିଛି । ଏଥିସହିତ ବିଦେଶୀ ନାଗରିକ ଅଧିକ ସମୟ ରହିବା ପାଇଁ ଜୋରିମାନା ଛାଡ଼ ଘୋଷଣା କରାଯାଇଛି । ଗତକାଲି ସନ୍ଧ୍ୟାରେ ଦୁବାଇ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତବାସ Xରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛି । ନିୟମିତ ଭିସା ଏବଂ ଇ-ଭିସା ପାଇଁ ଏହି ଛାଡ ନିୟମ ଲାଗୁ କରାଯାଇଛି । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସମୟରେ ହୋଇଥିବା ସଙ୍କଟ ମଧ୍ୟରେ ଏହି ଘୋଷଣା କରାଯାଇଛି । ଯାହା ଏକ ବଡ଼ ସଂଘର୍ଷ ସୃଷ୍ଟି କରିଛି । ଏହି ଘୋଷଣାରେ କୁହାଯାଇଛି ଯେ, ଭିସା ବୃଦ୍ଧି ଏବଂ ଦଣ୍ଡ ଛାଡ଼ କେବଳ ଉପସାଗରୀୟ ଦେଶମାନଙ୍କ ସମେତ ଅନ୍ୟ ବିଦେଶୀ ନାଗରିକମାନଙ୍କ ପାଇଁ ଲାଗୁ କରାଯିବ । ଏହାରି ମଧ୍ୟରେ ଦୁବାଇର ଭାରତୀୟ ବାଣିଜ୍ୟ ଦୂତବାସ କହିଛି ଯେ, ସମସ୍ତ ପ୍ରକାରର ଭିସା ଏବଂ ଇ-ଭିସା ଯାହାର ବୈଧତା ସମାପ୍ତ ହେବାକୁ ଯାଉଛି । ଯାହା କେବଳ ପ୍ରଭାବିତ ନାଗରିକମାନଙ୍କ ପାଇଁ ଗୋଟିଏ ମାସ ପାଇଁ ବୃଦ୍ଧି କରାଯିବ । ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ଦ୍ୱାରା ହୋଇଥିବା ମାମଲା ଆଧାରରେ ଏହି ବୃଦ୍ଧି ପ୍ରଦାନ କରାଯିବ । ଅନ୍ୟପଟେ ବିବାଦ ଆରମ୍ଭ ହେବାର ଅଳ୍ପ ସମୟ ପରେ ଭାରତ ମାର୍ଚ୍ଚ ୧ ତାରିଖରେ ଦେଶରେ ତିବା ବିଦେଶୀ ନାଗରିକଙ୍କୁ ଭିସା ବୃଦ୍ଧି ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ । ବୈଦେଶିକ ମନ୍ତ୍ରଣାଳୟ ଏକ ପରାମର୍ଶ ଜାରି କରିଛନ୍ତି ଯେ, ବିଦେଶୀ ନାଗରିକମାନଙ୍କୁ ଭିସା ବୃଦ୍ଧି ପାଇଁ ସହାୟତା ଆବଶ୍ୟକ ହେଲେ ନିକଟତମ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲା ।