କୋଲକାତା ଟେଷ୍ଟରେ ୩୦ ରନରେ ହାରିଲା ଭାରତ

କୋଲକାତା,୧୬/୧୧ : କୋଲକାତାରେ ଅଢେଇ ଦିନରେ ଲଢେଇ ହାରିଲା ଭାରତ। ଇଡେନ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୩୦ ରନରେ ଭାରତକୁ ପରାସ୍ତ କରିଛି । ଘରୋଇ ମାଟିରେ ମାତ୍ର ୧୨୪ ରନ୍ନ କରିନପାରି ଭାରତ ପରାସ୍ତ ହୋଇଛି। ୧୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିଛି ଦକ୍ଷିଣ ଆଫ୍ରିକା। ୨ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ର ଅଗ୍ରଣୀ ହାସଲ କରିଛି ।

ଭାରତ ୧୨୪ ରନର ଲକ୍ଷ୍ୟକୁ ପିଛା କରି ୯୩ ରନରେ ଅଲଆଉଟ ହୋଇଯାଇଛି । ଶୁଭମନ ଗିଲ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ନଥିଲେ । ୱାଶିଂଟନ ସୁନ୍ଦର ସର୍ବାଧିକ ୩୧ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୨୬, ରବୀନ୍ଦ୍ର ଜାଡେଜା ୧୮, ଧ୍ରୁବ ଜୁରେଲ ୧୩ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତୀୟ ବ୍ୟାଟରଙ୍କ ଶୋଚନୀୟ ପ୍ରଦର୍ଶନକୁ ନେଇ ନୈରାଶ୍ୟ ପ୍ରଦର୍ଶନ ହୋଇଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ ସିମୋନ ହାର୍ମର ୪ଟି ୱିକେଟ ନେଇଥିଲେ । ମାର୍କୋ ୟାନସେନ ଓ କେଶବ ମହାରାଜ ୨ଟି ଲେଖାଏଁ ଏବଂ ଆଇଡେନ ମାର୍କରାମ ଗୋଟିଏ ୱିକେଟ ହାସଲ କରିଥିଲେ ।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନ କରିଥିଲା । ଏହାର ଜବାବରେ ଭାରତ ୧୮୯ ରନ କରିବାକୁ ସକ୍ଷମ ହୋଇଥିଲା ।