ନୂଆଦିଲ୍ଲୀ, ୧୦/୦୫ : ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲାରେ ପାକିସ୍ତାନର ଗୁଳିଚାଳନା ଓ ଗୋଳାବର୍ଷଣ ଯୋଗୁଁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହିଦ ହୋଇଛନ୍ତି । ମୃତ ଅଧିକାରୀ ହେଉଛନ୍ତି ରାଜୌରୀର ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପା। ଶୁକ୍ରବାର ରାତିରେ ପାକିସ୍ତାନ ପକ୍ଷରୁ ଭାରତୀୟ ସୀମାନ୍ତ ଅଞ୍ଚଳରେ ଭାରୀ ଗୋଳାବର୍ଷଣ ହୋଇଥିଲା, ଯେଉଁଥିରେ ଥାପାଙ୍କ ବାସଭବନ ଉପରେ ଗୋଳା ପଡ଼ିଥିଲା। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ ଅନ୍ୟ ଦୁଇ ନାଗରିକଙ୍କ ମୃତ୍ୟୁ ମଧ୍ୟ ରିପୋର୍ଟ ହୋଇଛି। ଗତକାଲି ଥାପା ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲା ଗସ୍ତରେ ଯାଇଥିଲେ ଏବଂ ଏକ ଅନଲାଇନ ବୈଠକରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଆକ୍ରମଣକୁ ନେଇ ସେ କହିଛନ୍ତି “ଏହା ଏକ ଦୁଃଖଦ ଖବର। ଆମେ ଜମ୍ମୁ ଓ କଶ୍ମୀର ପ୍ରଶାସନର ଜଣେ ନିଷ୍ଠାବାନ ଅଧିକାରୀଙ୍କୁ ହରାଇଛୁ। ଶ୍ରୀନଗର ବିମାନବନ୍ଦର ନିକଟରେ ଏବଂ ବାରମୁଲା, ଜମ୍ମୁ ଓ ସାମ୍ବା ଅଞ୍ଚଳରେ ବିସ୍ଫୋରଣ ଘଟିଥିଲା। ସୂଚନା ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଥିଲା, ଯାହାକୁ ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ପ୍ରତିହତ କରାଯାଇଥିଲା। ଏହି ଘଟଣା ଯୋଗୁଁ ଶ୍ରୀନଗର ସମେତ ଅନେକ ଅଞ୍ଚଳରେ ବ୍ଲାକଆଉଟ କରାଯାଇଥିଲା ଏବଂ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।