ଦେଶରେ ଆଜି କରୋନାରୁ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୭୩ ହଜାରରୁ ଅଧିକ ରୋଗୀ : ଆରୋଗ୍ୟ ହାର ୭୭.୩୨%କୁ ବୃଦ୍ଧି

ନୂଆଦିଲ୍ଲୀ, ୬/୯ : ଦେଶରେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଇ ୭୭.୩୨ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୩ ହଜାର ୬୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ୍‍ ଆରୋଗ୍ୟ ସଂଖ୍ୟା ୩୨ ଲକ୍ଷ ପାଖାପାଖି ପହଞ୍ଚିଛି। ସେପଟେ ମୃତ୍ୟୁହାର ହ୍ରାସ ପାଇ ୧.୭୨ ପ୍ରତିଶତରେ ରହିଛି, ଯାହା ଦୁନିଆର ସବୁଠୁ କମ ମୃତ୍ୟୁହାର ମଧ୍ୟରୁ ଗୋଟିଏ।

ଦେଶରେ ସଂପ୍ରତି ୮,୬୨,୩୩୦ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି, ଯାହା ମୋଟ୍‌ କେସ୍‌ର ୨୦.୯୬ ପ୍ରତିଶତ। ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପ୍ରତିଦିନ ସୁସ୍ଥ ହେଉଥିବା କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କ୍ରମାଗତ ଦ୍ଵିତୀୟ ଦିନ ଭାରତରେ ଗୋଟିଏ ଦିନରେ ୭୦ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୭୩,୬୪୨ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି। ଗୋଟିଏ ଦିନରେ ଏହା ସର୍ବକାଳୀନ ସୁସ୍ଥ ସଂଖ୍ୟା। ଏହାକୁ ମିଶାଇ ଦେଶରେ ସୁସ୍ଥ ହାର ବୃଦ୍ଧି ଘଟି ୭୭.୩୨ ପ୍ରତିଶତରେ ପହଞ୍ଚିଛି।

ମନ୍ତ୍ରଣାଳୟ କହିଛି ଭାରତର କୋଭିଡ୍-୧୯ ମୃତ୍ୟୁହାର ବିଶ୍ଵସ୍ତରରେ ସବୁଠୁ କମ୍ ମଧ୍ୟରେ ଏକ। ମୃତ୍ୟୁ ହାର ଆହୁରି କମିବା ଜାରି ରହିଛି। ଦେଶରେ ବର୍ତ୍ତମାନ ମୃତ୍ୟୁହାର ୧.୭୨ ପ୍ରତିଶତ ରହିଛି। ଠିକ୍ ହୋଇଥିବା ରୋଗୀଙ୍କ ସଂଖ୍ୟା ଉପଚାର ହେଉଥିବା ରୋଗୀଙ୍କଠୁ ୨୩, ୧୮, ୫୪୫ ରହିଛି।