ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନରୁ ଚଳିତ ସପ୍ତାହରେ ୪ଥର ଦୈନିକ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁସଂଖ୍ୟା ୪,୧୮୭କୁ ବୃଦ୍ଧିପାଇଥିବା ଜଣାପଡ଼ିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୦୧,୦୭୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪,୧୮୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୧୮,୯୨,୬୭୬ ଓ ମୃତ୍ୟୁସଂଖ୍ୟା ୨,୩୮,୨୭୦ରେ ପହଞ୍ଚିଛି।