ନୂଆଦିଲ୍ଲୀ, ୨୬/୯ : ଜାତିସଂଘର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଥିବା ଭାଷଣର କଡା ଜବାବ ଦେଇଛି ଭାରତ । ଭାରତ କହିଛି ଯେ, ଜମ୍ମୁ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ୟୁଏନରେ ଭାରତର ଜବାବ ଦେବାର ଅଧିକାରକୁ ବ୍ୟବହାର କରି ଇଣ୍ଡିଆ ମିଶନର ଫାଷ୍ଟ ସେକ୍ରେଟେରୀ ମିଜିତୋ ଭିନିତୋ କହିଛନ୍ତି, କଶ୍ମୀରରେ ଏବେ କେବଳ ପିଓକେର କଥା ବାକି ରହିଛି । କେବଳ ସେତିକି ନୁହେଁ, ଭାରତ ପାକିସ୍ତାନକୁ ପିଓକେ ଖାଲି କରିବାକୁ ମଧ୍ୟ କହିଛି ।
ଏହା ବ୍ୟତୀତ ସଂଯୁକ୍ତ ରାଷ୍ଟ୍ର ମଂଚରୁ ଭାରତ ବିରୋଧରେ ମିଛି ଅପ୍ରପଚାର କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଜିତୋ କଡ଼ା ଜବାବ ଦେଇଛନ୍ତି । ସେ ଆତଙ୍କବାଦକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ଇମ୍ରାନ ଖାନଙ୍କୁ ଟାର୍ଗେଟ କରି ମିଜିତୋ କହିଛନ୍ତି ଯେ, ୟୁଏନର ମଂଚରେ ଜଣେ ନେତା ବିଷ ବାନ୍ତି କରିଛନ୍ତି । ସେ ପୂର୍ବରୁ ସ୍ୱୀକାର କରିଥିଲେ ଯେ, ତାଙ୍କର ଦେଶରେ ଆତଙ୍କବାଦୀ ତାଲିମ ନେଇଥାନ୍ତି ।
ଭାରତ ତରଫରୁ ପାକିସ୍ତାନକୁ ଜବାବ ଦେଇ ମିଜିତୋ କହିଛନ୍ତି, ପାକିସ୍ତାନର ନେତା ଆଜି କହିଛନ୍ତି ଏଭଳି ଲୋକ ହିଂସା ବ୍ୟାପିବାରେ ସହାୟକ ହେଉଛନ୍ତି । ସେ ଏଭଳି ନେତାଙ୍କୁ ବେଆଇନ ଘୋଷିତ କରାଯିବା ଦରକାର । ସେ ଯେତେବେଳେ ଏମିତି କହିଛନ୍ତି ଆମକୁ ବହୁତ କଷ୍ଟ ହୋଇଛି । ମିଜିତୋ ଆହୁରି ମଧ୍ୟ କହିଛନ୍ତି ଯେଏଭଳି ପରିସ୍ଥିତିରେ ଆଜି ଏଭଳି ଜଣେ ବ୍ୟକ୍ତିଙ୍କୁ (ପାକିସ୍ତାନ ପ୍ରଧାନମନ୍ତ୍ରୀ) କିଛି ଦେଖାଇବାର ନାହିଁ । ତାଙ୍କ ପାଖରେ ଆଉ କିଛି ଅଭିଜ୍ଞତା ନାହିଁ, ଯେଉଁଥିରେ କି ସେ କହିବେ । ବିଶ୍ୱ ପାଇଁ ତାଙ୍କ ପାଖରେ କୌଣସି ପରାମର୍ଶ ନାହିଁ ।