ମେଲବୋର୍ଣ୍ଣ, ୨୯/୧୨ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ୨ୟ ପାଳିରେ ସମସ୍ତ ୱିକେଟ ହରାଇ ୨୦୦ ରନ କରିଛି । ଏହି ମ୍ୟାଚ ଜିତିବା ତଥା ସିରିଜ ବରାବର କରିବା ପାଇଁ ଭାରତୀୟ ଟିମକୁ ଦ୍ଵିତୀୟ ଇନିଂସରେ କେବଳ ୭୦ ରନର ଆବଶ୍ୟକତା ଅଛି`।
ଆଜି ଖେଳର ଠିକ ମଧ୍ୟାହ୍ନ ଭୋଜନ ପୂର୍ବରୁ ଅଷ୍ଟ୍ରେଲିଆ ୨ୟ ପାଳିରେ ସମସ୍ତ ୱିକେଟ ୨୦୦ ରନ ସଂଗ୍ରହ କରିଛି । ଓପନର ମାଥ୍ୟୁ ୱାଡେ ୪୦ ରନ, ଜୋ ବୁରନ୍ସ ୪ ରନ, ମାର୍ନୁସ ଲବସଚେଞ୍ଜ ୨୮ ରନ, ଷ୍ଟିଭେନ ସ୍ମିଥ ୮ ରନ, ତ୍ରାଭିସ ହେଲ ୧୭ ରନ, କେମରନ ଗ୍ରୀନ ୪୫ ରନ, ଟିମ ପାଇନ ୧ ରନ, ମିଚେଲ ଷ୍ଟାର୍କ୍ସ ୧୪ ରନ, ନାଥାନ ଲାୟନ ୩ ରନ ଓ ଜୋସ ହେଜେଲବୁଲ ୧୦ ରନ କରିଛନ୍ତି ।
ଭାରତୀୟ ବୋଲର ମହମ୍ମଦ ସିରାଜ ନିଜର ପଦାର୍ପଣ ଟେଷ୍ଟରେ ଦମଦାର ବୋଲିଂ କରି ଅଷ୍ଟ୍ରେଲିଆର ୩ ଜଣ ଖେଳାଳିଙ୍କୁ ପାଭଲିଅନ ପଠାଇଛନ୍ତି । ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଦେଜା ୨ ୱିକେଟ ଲେଖାଏଁ ନେଇଥିବାବେଳେ ଉମେଶ ଯାଦବ ଗୋଟିଏ ୱିକେଟ ନେଇଛନ୍ତି ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଏହାପରେ ଭାରତ ପ୍ରଥମ ଇନିଂସରେ ୩୨୬ରନ୍ କରିଥିଲା । ଅସ୍ଥାୟୀ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ଶତକୀୟ ଇନିଂସ ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଦଳରେ ଭାରତ ଅଷ୍ଟ୍ରେଲିଆଠୁ ୧୩୧ ରନ୍ ଆଗରେ ରହିଥିଲା ।