ଭାରତ – ଇଂଲଣ୍ଡ ଶ୍ରେଷ୍ଠ ୫ ସ୍ମରଣୀୟ ଟେଷ୍ଟ୍‌

ଚେନ୍ନାଇ,୪ /୨: ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍‌ ପ୍ରତିଦ୍ବନ୍ଦ୍ବିତା ୧୯୩୨ ମସିହାରୁ ଆରମ୍ଭ ହୋଇଛି। ସେତେବେଳେ ସିକେ ନାୟୁଡୁଙ୍କ ନେତୃତ୍ତ୍ବାଧୀନ ଏକ ଭାରତୀୟ ଦଳ ଗୋଟିଏ ମାତ୍ର ଟେଷ୍ଟ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତ କରିଥିଲା। ଆଉ ସେହି ଟେଷ୍ଟ୍‌ରେ ହିଁ ଭାରତ ୧୫୮ ରନ୍‌ରେ ପରାଜୟ ବରଣ କରିଥିଲା। ଅନୁରୂପ ଭାବେ ଭାରତକୁ ଇଂଲଣ୍ଡ ପ୍ରଥମ ଅଫିସିଆଲ ଗସ୍ତ ୧୯୩୩/୩୪ରେ କରିଥିଲା। ସେହି ଗସ୍ତରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଭ୍ରମଣକାରୀ ଦଳ ୨-୦ରେ ଜିତି ନେଇଥିଲା। ତେବେ ପରସ୍ପର କ୍ରିକେଟ୍‌ ଲଢ଼େଇରେ ପ୍ରଥମ ବିଜୟ ପାଇବା ପାଇଁ ଅବଶ୍ୟ ଭାରତକୁ ୨୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୧୯୫୨ ମସିହାରେ ଭାରତ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ୍‌ ବିଜୟ ପାଇଥିଲା। ପରସ୍ପର ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯିବାର ଇତି ମଧ୍ୟରେ ପ୍ରାୟ ୯୦ ବର୍ଷ ଅତିକ୍ରାନ୍ତ ହେବାକୁ ଯାଉଛି। ଦୁଇ ଦଳ ଆସନ୍ତା ୫ ତାରିଖରୁ ସଦ୍ୟ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିଛି ଏବଂ ୪ ଟେଷ୍ଟ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ପୂର୍ବରୁ ୯୦ ବର୍ଷର ଇତିହାସ ମଧ୍ୟରେ ଭାରତ ମାଟିରେ ସବୁଠୁ ସ୍ମରଣୀୟ ଶ୍ରେଷ୍ଠ ୫ ଟେଷ୍ଟ୍‌ ହେଉଛି…

୧) ୧୯୩୩, ମୁମ୍ବାଇ, ପ୍ରଥମ ଟେଷ୍ଟ୍‌ : ଇଂଲଣ୍ଡ ୯ ୱିକେଟ୍‌ରେ ବିଜୟୀ

୨) ୧୯୫୨, ଚେନ୍ନାଇ, ପଞ୍ଚମ ଟେଷ୍ଟ୍‌ : ଭାରତ ପାଳି ଓ ୮ ରନ୍‌ରେ ବିଜୟୀ

୩) ୧୯୮୫, କୋଲ୍‌କାତା, ତୃତୀୟ ଟେଷ୍ଟ୍‌ : ମ୍ୟାଚ୍‌ ଅମୀମାଂସିତ

୪) ୨୦୦୮, ଚେନ୍ନାଇ, ପ୍ରଥମ ଟେଷ୍ଟ୍‌ : ଭାରତ ୬ ୱିକେଟ୍‌ରେ ବିଜୟୀ

୫) ୨୦୧୨, ମୁମ୍ବାଇ, ଦ୍ବିତୀୟ ଟେଷ୍ଟ୍‌ : ଇଂଲଣ୍ଡ ୧୦ ୱିକେଟ୍‌ରେ ବିଜୟୀ