ଭାରତ – ନିଉଜିଲାଣ୍ଡ୍‌ ପ୍ରଥମ ଦିନିକିଆ : ପ୍ରଥମ ପାଳିରେ ଭାରତ ୭ ୱିକେଟ୍‌ରେ ୩୦୬ ରନ୍‌

ନୂଆଦିଲ୍ଲୀ,୨୫/୧୧: ଆଜି ଅକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କରେ ନିଉଜିଲାଣ୍ଡ୍‌ ଏବଂ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଙ୍ଗ୍‌ କରି ଭାରତ ୫୦ ଓଭର୍‌ ଖେଳି ୭ ୱିକେଟ୍‌ ବିନିମୟରେ ୩୦୬ ରନ୍‌ ସଂଗ୍ରହ କରିଛି।

ଓପେନର୍‌ ଭାବେ ଆସି ୧୨୪ ରନ୍‌ ସଂଗ୍ରହ କରିଥିବା ଶିଖର ଧାୱନ୍‌ ଓ ଶୁଭମ୍‌ ଗିଲ୍‌ ଯଥାକ୍ରମେ ଟିମ୍‌ ସାଉଟି ଓ ଲକି ଫର୍ଗୁସନ୍‌ଙ୍କଦ୍ବାରା ଆଉଟ୍‌ ହୋଇଯାଇଥିଲେ। ତାଙ୍କ ପରେ ଆସିଥିଲେ ସୂର୍ଯ୍ୟକୁମାର ଯାଦବ ଓ ଋଷଭ ପନ୍ତ । ୩୨.୫ ଓଭର୍‌ ଖେଳି ଭାରତ ୧୬୦ ରନ୍‌ ସଂଗ୍ରହ କରିଥିବା ବ‌େଳେ ସେମାନେ ଆଉଟ୍‌ ହୋଇଯାଥଇଲେ।

ସେମାନଙ୍କ ପରେ ୪ର୍ଥ ଖେଳାଳି ଭାବେ ଆସିଥିଲେ ଶ୍ରେୟସ୍‌ ଆୟେର୍‌। ଆଜିର ମ୍ୟାଚ୍‌ରେ ଶ୍ରେୟସ୍‌ ଆୟେର୍‌ ୭୬ଟି ବଲ୍‌ ଖେଳି ୪ଟି ଚୌକା ଓ ୪ଟି ଛକା ମାରି ୮୦ ରନ୍‌ ସଂଗ୍ରହ କରିଛନ୍ତି। ୫୬ଟି ବଲ୍‌ ଖେଳିଥିବା ବେଳେ ସେ ଅର୍ଦ୍ଧ-ଶତକ ହାସଲ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ସଞ୍ଜୁ ସାମ୍‌ସନ୍‌ଙ୍କ ସିହତ ମିଶି ସେ ଭାରତ ପାଇଁ ୯୪ ରନ୍‌ ସଂଗ୍ରହ କରିବାରେ ସହଯୋଗ କରିଥିଲେ।

ସାମ୍‌ସଙ୍ଗ୍‌ ଆଉଟ୍‌ ହେବା ପରେ ଆସିଥିବା ୱାସିଂଟନ୍‌ ସୁନ୍ଦର ଦୁଇଟି ସୁନ୍ଦର ଛକା ମାରିଥିଲେ। ତା’ପରେ ଆୟେର୍‌ ଶେଷ ଓଭର୍‌ରେ ଟିମ୍‌ ସାଉଥିଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ।