ପ୍ରଥମ ଟି-୨୦ : ନ୍ୟୁଜିଲାଣ୍ଡକୁ ୪୮ ରନ୍ ରେ ହରାଇଲା ଭାରତ

ନାଗପୁର,୨୧/୧ : ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ୪୮ ରନ୍‌ରେ ପରାସ୍ତ କରିଛି। ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ନାଗପୁର ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୯୦ ରନ୍‌ କରିଛି। ଏହି ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି।

୨୩୯ ରନ୍‌ର ଜବାବରେ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବହୁତ ଖରାପ ଥିଲା। ପ୍ରଥମ ଓଭରର ଦ୍ବିତୀୟ ବଲ୍‌ରେ କନୱେଙ୍କୁ ଅର୍ଶଦୀପ ଆଉଟ୍‌ କରିଥିଲେ। ସେ ଖାତା ଖୋଲିପାରି ନଥିଲେ। ଏହା ପରେ ଦ୍ବିତୀୟ ଓଭରକୁ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିଥିଲେ। ସେ ରଚିନ ରବୀନ୍ଦ୍ରଙ୍କୁ ଆଉଟ୍‌ କରିଥିଲେ। ରବୀନ୍ଦ୍ରଙ୍କ ବ୍ୟାଟ୍‌ରୁ ମାତ୍ର ଗୋଟିଏ ରନ୍‌ ଅମଳ ହୋଇଥିଲା। ଅର୍ଥାତ ଗୋଟିଏ ରନ୍‌ରେ କ୍ବିୱି ଦଳକୁ ୨ଟି ଶକ୍ତ ଝଟକା ଲାଗିଥିଲା। କିନ୍ତୁ ଏହା ପରେ ଗ୍ଲେନ ଫିଲିପ୍ସ ଏବଂ ରବିନସନ ପାଳି ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ଉଭୟ ଖେଳାଳି ଅର୍ଦ୍ଧଶତକ ରନ୍‌ ଭାଗିଦାରୀ କରିଥିଲେ। କିନ୍ତୁ ସପ୍ତମ ଓଭରରେ ରବିନସନଙ୍କୁ ବରୁଣ ଚକ୍ରବର୍ତ୍ତୀ ଆଉଟ୍‌ କରିଥିଲେ। ଧୀରେଧୀରେ ନ୍ୟୁଜିଲାଣ୍ଡ ଚାପଗ୍ରସ୍ତ ହୋଇଥିଲା।

ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଆରମ୍ଭରୁ ଭାରତର ଭଲ ଖେଳି ନଥିଲା। କିନ୍ତୁ ପରେ ସ୍ଥିତିରେ ସୁଧାର ଆଣିଥିଲା। ଭାରତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୩୮ ରନ୍‌ ସଂଗ୍ରହ କରିଥିଲା। ଯୁବ ବ୍ୟାଟର ଅଭିଷେକ ଶର୍ମା ବ୍ୟକ୍ତିଗତ ଭାବେ ୮୪ ରନ୍‌ ସଂଗ୍ରହ କରିଥିଲେ। ସେ ୩୫ଟି ବଲ୍‌ ଖେଳି ୫ଟି ଚୌକା ଓ ୮ଟି ଛକା ମାରିଥିଲେ। ସେହିପରି ରିଙ୍କୁ ସିଂ ଅପରାଜିତ ୪୪ ରନ୍‌ ସଂଗ୍ରହ କରିଥିଲେ। ସେ ତାଙ୍କର ୨୦ଟି ବଲ୍‌ ଖେଳିବା ଭିତରେ ୩ଟି ଚୌକା ଏବଂ ୪ଟି ଛକା ମାରିଥିଲେ।