ଦୁବାଇ,୧୪/୯ : ଏସିଆ କପର ୬ଷ୍ଠ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟ୍ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୭ ରନ କରିଥିବାବେଳେ ଶୁବମନ ଗିଲ ୧୦ ରନ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ତିଳକ ବର୍ମା ୩୧ ରନର ଲଢୁଆ ଇନିଂସ ଖେଳିଥିଲେ । ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ। ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ। ସେ ମାତ୍ର ୩ ରନ କରିଥିଲେ ।
ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ୱିକେଟ୍ ହରାଇଥିଲା । ଏହି ଦୁଇ ବୋଲରଙ୍କ ପରେ ଅକ୍ଷର ପଟେଲ ଓ କୂଳଦୀପ ଯାଦବ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହନ ୪୦ ରନ କରିଥିବାବେଳେ ଶାହିନ ଆଫ୍ରିଦି ୩୩ ରନ କରିଥିଲେ । କୂଳଦୀପ ଯାଦବ ୩ଟି ୱିକେଟ୍ ନେଇଥିବାବେଳେ ବୁମରା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତି ଓ ପାଣ୍ଡ୍ୟା ୧ଟି ଲେଖାଏଁ ୱିକେଟ୍ ନେଇଥିଲେ। କେଟ୍ ହରାଇ ୧୩୧ ରନ୍ କରିଥିଲା ।
ଆରମ୍ଭରୁ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରର ପ୍ରଥମ ବଲରେ ପାକ୍ ଓପନ ସଇମ ଆୟୁବଙ୍କୁ ଆଉଟ କରି ଭାରତ ପାଇଁ ସଫଳତା ଆଣି ଦେଇଥିଲେ। ଏହା ପରେ ଯଶପ୍ରୀତ ବୁମରା ନିଜର ପ୍ରଥମ ଓଭରରେ ଗୋଟିଏ ଉଇକେଟ ନେଇ ପାକିସ୍ତାନକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ। ପରବର୍ତ୍ତୀ ସମୟରେ ଅକ୍ଷର ପଟେଲ ଆକର୍ଷଣୀୟ ବୋଲି କରି ୨ଟି ଓଭରରେ ଲଗାଦାର ୨ଟି ଉଇକେଟ ନେଇ ପାକିସ୍ତାନର ଟପ ଅର୍ଡରକୁ ଦୁର୍ବଳ କରିଦେଇଥିଲେ। ଶେଷର କୁଳଦୀପ ଯାଦବଙ୍କ ଘାତକ ବୋଲିଂ ପାକିସ୍ତାନକୁ ଧରାଶାୟୀ କରିଦେଇଥିଲେ। ସେ ୪ ଓଭର ବୋଲିଂ କରି ୧୮ ରନ ବିନିମୟରେ ୩ଟି ଉଇକେଟ ହାସଲ କରିଥିଲେ। ବୁମରାଙ୍କୁ ୨ଟି ଏବଂ ପାଣ୍ଡ୍ୟାଙ୍କୁ ଗୋଟିଏ ଉଇକେଟ ମିଳିଛି।
ପାକିସ୍ତାନ ପକ୍ଷରୁ ଓପନର ବ୍ୟାଟ୍ସମ୍ୟାନ ଶାହିବଜାଦା ଫରହାନ ସର୍ବାଧିକ ୪୦ ରନ ସଂଗ୍ରହ କରିଥିଲେ। ଶାହୀନଶାହ ଆଫ୍ରିଦି ଶେଷ ଆଡକୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ୧୮ ବଲରୁ ୪ ଛକା ସହିତ ୩୩ ରନ ସଂଗ୍ରହ କରିବାରୁ ସ୍କୋର ୧୨୭ ରନ ଛୁଇଁ ପାରିଥିଲା।
