ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇଲା ଭାରତ

ଭଦୋଦରା,୧୧/୧ : ଗୁଜୁରାଟ ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିିକିଆ ମ୍ୟାଚ୍ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଚାରି ୱିକେଟରେ ପରାସ୍ତ କରିଛି। ନୂଆ ବର୍ଷରେ ଭାରତର ପ୍ରଥମ ବିଜୟ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୩୦୦ ରନ୍ କରିଥିଲା। ଜବାବରେ ଭାରତ ୪୯ତମ ଓଭରରେ ଆଉ ଚାରି ୱିକେଟ୍ ବାକି ଥାଇ ବିଜୟ ହାସଲ କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୯୩ ରନ୍ କରିଥିବା ବେଳେ ଶୁଭମନ ଗିଲ୍ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।
ଶୁଭମନ ଗିଲ ଏକ ସ୍ଥିର ଏବଂ ଧୀର ଅର୍ଦ୍ଧଶତକ ହାସଲ କରି ୫୬ ରନର ଅବଦାନ ରଖିଥିଲେ।୩୦୧ ରନର ଟାର୍ଗେଟ ପିଛା କରିଥିବା ଟିମ୍ ଇଣ୍ଡିଆର ଆରମ୍ଭ ଭଲ ନଥିଲା। ଭା ରତ ଯେତେବେଳେ ୩୯ ରନ କରିଥିଲା, ସେତେବେଳେ ରୋହିତ ଶର୍ମା ୨୬ ରନ କରି ଆଉଟ ହୋଇଥିଲେ। ଗୋଟିଏ ସମୟରେ, ଭାରତୀୟ ଦଳ ୨ ୱିକେଟ୍ ହରାଇ ୨୩୪ ରନ୍ କରିଥିଲା। ଏହି ସମୟରେ, ଭାରତୀୟ ଦଳକୁ ୬୬ ବଲ୍ ରୁ ୬୭ ରନ୍ ଆବଶ୍ୟକ ଥିଲା, ଏବଂ ବିରାଟ କୋହଲିଙ୍କ ନେତୃତ୍ୱ ଯୋଗୁଁ ବିଜୟ ସମ୍ଭବପର ମନେ ହେଉଥିଲା।

ରୋହିତ ଶର୍ମା ଯଦିଓ ଭଲ ଫର୍ମରେ ଅଛନ୍ତି, କିନ୍ତୁ ତାଙ୍କର ୨୦୨୬ ର ଆରମ୍ଭ ସ୍ମରଣୀୟ ନଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୯ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ତଥାପି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିିକିଆ ସିରିଜ ହାରି ଫେରିଥିବା ଅଧିନାୟକ ଶୁଭମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ ୭୧ ବଲରେ ୫୬ ରନର ଏକ ସଂଗଠିତ ଇନିଂସ ଖେଳିଥିଲେ, ଯେଉଁଥିରେ ତିନୋଟି ଚୌକା ଏବଂ ଦୁଇଟି ଛକା ଅନ୍ତର୍ଭୁକ୍ତ ଥିଲା।