ମୁମ୍ବାଇ : ତିନି ତିନି ଥର ଫାଇନାଲକୁ ଯାଇ ବି ବିଜୟ ମୁକୁଟ ପିନ୍ଧିପାରି ନଥିବା ଟିମ୍ ଇଣ୍ଡିଆ ଶେଷରେ ମହିଳା ବିଶ୍ବକପ୍ ଜିତିବାର ଗୌରବ ଆଣିଦେଇଛି । ମ୍ୟାଚ ଯେତିକି ଦମଦାର ଥିଲା । ଉଭୟ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଭାରତୀୟ ମହିଳା ଦଳର ଖେଳାଳି ମାନେ ।
୨୯୯ ରନର ଟାର୍ଗେଟ ଦିଆଯାଇଥିଲା ଦକ୍ଷିଣ ଆଫ୍ରିକାକୁ । ମାତ୍ର ଭାରତୀୟ ଖେଳାଳିଙ୍କ ମାପ ଚୁପ ବୋଲିଂ ଆଗରେ ହାର୍ ମାନିଥିଲା ଆଫ୍ରିକୀୟ ବ୍ୟାଟିଂ ଲାଇନ ଅପ୍ । ୱଲଭାଡଟ୍ ଙ୍କ କଷ୍ଟ ସାଧ୍ୟ ଶତକ ଫିକା ପଡ଼ିଯାଇଥିଲା । ଦୀପ୍ତି ଶର୍ମାଙ୍କ ବଲ୍ ରେ ୱଲଭାଡଟ୍ ଙ୍କ କ୍ୟାଚ ମ୍ୟାଚର ମୋଡ଼କୁ ବଦଳାଇ ଦେଇଥିଲା । ଦୁଇ ଥର ଡ୍ରପ ପରେ ମଧ୍ୟ ତୃତୀୟ ପ୍ରୟାସରେ କ୍ୟାଚ ନେବାରେ ସଫଳ ହୋଇଥିଲେ ଅମନଜୋତ୍ ।
ହରମିନପ୍ରୀତ କୌର ଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆର ଏ ସଫଳତା ପାଇଁ ସାରା ଦେଶ ଆଜି ଗର୍ବିତ।