ନୂଆଦିଲ୍ଲୀ, ୨୧/୦୩ : ଭାରତରେ ଅଶୋଧିତ ତେଲର ବିଶୋଧନ କରୁଥିବା କମ୍ପାନି ପୁଣି ଥରେ ଇରାନଠୁ ଅଶୋଧିତ ତୈଳ ଆମଦାନୀ କରିବାକୁ ପ୍ରସ୍ତୁତ । ଆମେରିକା ଦ୍ୱାରା ଇରାନ ଉପରେ ଲାଗିଥିବା କିଛି କଟକଣାରେ ରିହାତି ମିଳିବା ପରେ ଭାରତୀୟ କମ୍ପାନି ଏହି ପଦକ୍ଷେପ ନେବାକୁ ଯାଉଛନ୍ତି । ହେଲେ ଏଥିପାଇଁ ଭାରତ ସରକାରଙ୍କ ଅନୁମତି ଲୋଡା । ଯୁଦ୍ଧ କାରଣରୁ ଉତ୍ପନ ବୈଶ୍ୱିକ ଉର୍ଜା ସଙ୍କଟକୁ ଦେଖି ଆମେରିକା ଇରାନ ତେଲ ଉପରେ ଲାଗିଥିବା କଟକଣାରେ ଅସ୍ଥାୟୀ କୋହଳ କରିଛନ୍ତି । ଏହି କୋହଳର ଲାଭ ଉଠାଇ ଭାରତୀୟ ରିଫାଇନାରୀ କମ୍ପାନି ଇରାନଠୁ ପୁଣି ଥରେ ତେଲ କିଣିବାକୁ ଯୋଜନା କରିଛନ୍ତି । ମାତ୍ର ଇରାନର ସଦ୍ୟତମ ଆଭିମୁଖ୍ୟକୁ ଦେଖିଲେ ଏହା ସେତେଟା ସହଜ ହେବ ନାହିଁ । କାରଣ ଇରାନର ତେଲ ଭାରତ ପାଇଁ କେବଳ ଶସ୍ତାରେ ମିଳିବ ନାହିଁ ବରଂ ଏହାର ଯୋଗାଣ କମ ସମୟରେ ହୋଇଥାଏ । ଭାରତୀୟ ରିଫାଇନାରୀ କମ୍ପାନି ମିଳିଥିବା ଏହି ସୁଯୋଗର ଫାଇଦା ଉଠାଇବା ପାଇଁ ସକ୍ରିୟ ହୋଇ ଉଠିଛନ୍ତି । ଏମିତି ହେଲେ ଭାରତୀୟ ଘରାଇ ବଜାରରେ ଇନ୍ଧନର ମୂଲ୍ୟକୁ ସ୍ଥିର ରଖାଯାଇ ପାରିବ ।ଅନ୍ୟପଟେ ଇରାନର ତୈଳ ମନ୍ତ୍ରଣାଳୟ କହିଛି ଯେ, ତା ନିକଟରେ ଆଉ ରପ୍ତାନୀ ପାଇଁ ଅତିରିକ୍ତ ତେଲ ନାହିଁ । କାରଣ ଯୁଦ୍ଧ କାରଣରୁ ଇରାନରେ ତୈଳ ଉତ୍ପାଦନ ଗୁୁରୁତର ଭାବେ ପ୍ରଭାବିତ ହୋଇଛି ।