ସିଡନୀ, ୧୨/୧୧ : ଆଇପିଏଲ୍ -୨୦୨୦ ସମାପ୍ତ ହେବ ପରେ ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ତେବେ ଖେଳାଳିମାନେ ଅଷ୍ଟ୍ରେଲିଆରେ ପଂହଚିବା ପରେ ବିସିସିଆଇ ଖେଳାଳିଙ୍କ ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଖେଳାଳିଙ୍କ ମିଶନ କଙ୍ଗାରୁ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ । ସେହିପରି ଟେଷ୍ଟ ମ୍ୟାଚ ସିରିଜ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ । ଏହି ଗସ୍ତରେ ଭାରତ ତିନୋଟି ଏକଦିବସୀୟ ମ୍ୟାଚ, ତିନୋଟି ଟି-ଟ୍ୱେଣ୍ଟି ମ୍ୟାଚ ଏବଂ ଚାରୋଟି ଟେଷ୍ଟ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସମସ୍ତେ ୧୪ ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍ରେ ରହିବେ।