କେରଳ ନର୍ସ ନିମିଷା ପ୍ରିୟାଙ୍କ ଫାଶୀ ଦଣ୍ଡାଦେଶ ସ୍ଥଗିତ

0

ନୂଆଦିଲ୍ଲୀ,୧୫/୦୭ : ୟେମେନରୁ ଆସିଲା ବଡ଼ ଖବର। କେରଳ ନର୍ସ ନିମିଷା ପ୍ରିୟାଙ୍କ ଫାଶୀ ଦଣ୍ଡାଦେଶ ସ୍ଥଗିତ। ଆସନ୍ତାକାଲି ଅର୍ଥାତ ୧୬ ଜୁଲାଇରେ ତାଙ୍କୁ ଫାଶୀ ଦିଆଯିବାର ଥିଲା। ତେବେ ବର୍ତ୍ତମାନ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପକ୍ଷେ ଭାରତୀୟ ଅଧିକାରୀ ଲଗାତାର ୟେମେନ୍ ଜେଲ୍ ଓ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଭାରତ ସରକାର ନିମିଷାଙ୍କ ପରିବାର ଏବଂ ମୃତକଙ୍କ ପରିବାର ସହ ପରସ୍ପର ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ହତ୍ୟା ମାମଲାରେ ବ୍ଲଡମନି ବା କ୍ଷତିପୂରଣର ବିକଳ୍ପ ରହିଛି। ଏଥିରେ, ଅଭିଯୁକ୍ତଙ୍କ ପରିବାର ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ଦେବାକୁ ପଡିଥାଏ। ଯଦି ମୃତକଙ୍କ ପରିବାର ଏହି କ୍ଷତିପୂରଣ ଗ୍ରହଣ କରନ୍ତି, ତେବେ ମୃତ୍ୟୁଦଣ୍ଡ ବନ୍ଦ କରାଯାଇପାରିବ। ସେ ୨୦୧୭ ମସିହାରୁ ୟେମେନ୍ ଜେଲରେ ଅଛନ୍ତି। ସେ ତାଙ୍କର ୟେମେନର ବ୍ୟବସାୟିକ ସହଯୋଗୀ ତଲାଲ ଆବଦୋ ମହଦିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମାହଦିଙ୍କଠାରୁ ତାଙ୍କ ପାସପୋର୍ଟ ପାଇବା ପାଇଁ ନିଶା ଇଞ୍ଜେକ୍ସନ ଦେଇଥିଲେ, କିନ୍ତୁ ଏହି ଇଞ୍ଜେକ୍ସନର ଓଭର ଡୋଜ୍ ଯୋଗୁଁ ମାହଦିଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ, ତାଙ୍କୁ ୨୦୨୦ ମସିହାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଏବଂ ୨୦୨୩ ମସିହାରେ ତାଙ୍କର ଚୂଡ଼ାନ୍ତ ଆବେଦନ ଖାରଜ କରାଯାଇଥିଲା। ତାଙ୍କର ଫାଶୀଦଣ୍ଡର ତାରିଖ ୧୬ ଜୁଲାଇ ୨୦୨୫ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ, ନିମିଷା ୟେମେନର ରାଜଧାନୀ ସାନାର ଏକ ଜେଲରେ ବନ୍ଦୀ ଅଛନ୍ତି।

SBI AD
Leave A Reply

Your email address will not be published.