ନୂଆଦିଲ୍ଲୀ,୧୭/୧୨ : ୨୦୨୪ ସୁଦ୍ଧା ଭାରତର ସଡକ ଭିତ୍ତିଭୂମି ଆମେରିକାର ମାନ ସହ ସମାନ ହେବ। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର ଏହା କହିଛନ୍ତି। ଏଠାରେ ୯୫ତମ ଏଫଆସିସିଆଇ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ, ଆମେ ଦେଶରେ ବିଶ୍ୱସ୍ତରୀୟ ରାସ୍ତା ଭିତ୍ତିଭୂମି ତିଆରି କରୁଛୁ । ତେଣୁ ୨୦୨୪ ଶେଷ ପୂର୍ବରୁ ଆମ ସଡକ ଭିତ୍ତିଭୂମି ଆମେରିକା ମାନ ସହ ସମାନ ହେବ। ଏହା ଆମେ ପ୍ରତିଶ୍ରୁତି ଦେଉଛୁ। ଲଜିଷ୍ଟିକ୍ ମୂଲ୍ୟ ପ୍ରସଙ୍ଗ ସମ୍ପର୍କରେ ସେ କହିଛନ୍ତି ଯେ ୨୦୨୪ ଶେଷ ସୁଦ୍ଧା ଏହା ୯ ପ୍ରତିଶତ ପର୍ଯ୍ୟନ୍ତ ନେବାକୁ ପ୍ରୟାସ କରାଯାଉଛି । ସେ କହିଛନ୍ତି ଆମର ଲଜିଷ୍ଟିକ୍ ମୂଲ୍ୟ ଏକ ବଡ ସମସ୍ୟା ଅଟେ। ବର୍ତ୍ତମାନ ଏହା ୧୬ ପ୍ରତିଶତକୁ ଆସିଛି, କିନ୍ତୁ ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ୨୪ ଶେଷବେଳକୁ ଆମେ ଏହାକୁ ୯ ଅଙ୍କ ପର୍ଯ୍ୟନ୍ତ ପହଞ୍ଚାଇବୁ। ନିର୍ମାଣ ଶିଳ୍ପକୁ ନେଇ ଭାରତ ବିଶ୍ୱ ସମ୍ବଳର ୪୦ ପ୍ରତିଶତ ଖର୍ଚ୍ଚ କରୁଥିବା ମନ୍ତ୍ରୀ କହିଛନ୍ତି ।
