ନୂଆଦିଲ୍ଲୀ, ୨୩/୪: ଦେଶର ପ୍ରଥମ ଡିଜିଟାଲ ସାଇନ୍ସ ପାର୍କ କେରଳରେ ପ୍ରତିଷ୍ଠା ହେବ। ୧୫୦୦ କୋଟି ବ୍ୟୟ ଅଟକରେ ହେବାକୁ ଥିବା ଏହି ଡିଜିଟାଲ ସାଇନ୍ସ ପାର୍କର ଶିଳାନ୍ୟାସ କରିବେ ପ୍ରଧାନନମନ୍ତ୍ରୀ। ମଙ୍ଗଳବାର ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସୂଚନାଥାଉ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କେରଳ ଗସ୍ତର କାର୍ଯ୍ୟକ୍ରମ ରହିଛି।
ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ତୃତୀୟ ପିଢ଼ୀର ଏହି ସାଇନ୍ସ ପାର୍କ ଟେକ୍ନୋପାର୍କ ଫେଜ୍-ଚାରି ସ୍ଥିତ ‘ଟେକ୍ନୋସିଟି’ରେ କେରଳ ଡିଜିଟାଲ ବିଶ୍ବବିଦ୍ୟାଳୟ ନିକଟରେ ହେବ। ବିଜ୍ଞପ୍ତି ଅନୁଯାୟୀ, କେରଳର ରାଜ୍ୟପାଳ ଆରିଫ୍ ମୋହମ୍ମଦ ଖାନ୍, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବାମପନ୍ଥୀ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଏବଂ କଂଗ୍ରେସର ତିରୁଅନନ୍ତପୁରମରୁ ସାଂସଦ ଶଶି ଥରୁର ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ।
