ନୂଆଦିଲ୍ଳୀ,୨୫/୧୨: କେରଳର ନଗର ନିଗମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଥିରୁଅନନ୍ତପୁରମର ମେୟର ହେବାକୁ ଯାଉଛନ୍ତି ୨୧ ବର୍ଷୀୟା ଆର୍ୟା ରାଜେନ୍ଦ୍ରନ । ମାତ୍ର ୨୧ ବର୍ଷ ବୟସରେ ସେ ହେବେ ଭାରତର ସର୍ବକନିଷ୍ଠ ମେୟର।
ମିଳିଥିବା ସୂଚନା ଅନୁସାରେ, ସିପିଏମ ଥିରୁଅନନ୍ତପୁରମର ମେୟର ଭାବେ ଆର୍ୟା ରାଜେନ୍ଦ୍ରନଙ୍କ ନାଁ ସୁପାରିଶ କରିଥିଲା । ରାଜ୍ୟ କମିଟି ପ୍ରସ୍ତାବକୁ ଗ୍ରହଣ କରିଥିବା ବେଳେ ଏନେଇ ଶନିବାର ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ଆର୍ୟା ହେଉଛନ୍ତି ଥିରୁଅନନ୍ତପୁରମ ସ୍ଥିତ ‘ଅଲ୍ ସେଣ୍ଟ କଲେଜର’ ଆଇନ୍ ଛାତ୍ରୀ । ନିର୍ବାଚନରେ ଆର୍ୟା ମୁନାଭାନମୁଗଲ ଓ୍ବାର୍ଡରୁ ବିଜୟୀ ହୋଇଛନ୍ତି।