ନୂଆଦିଲ୍ଲୀ : ଚୀନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ନୌ ସେନା ରୁଷ ନୌ ସେନା ସହିତ ମିଳିତ ଯୁଧ୍ୟ ଅଭ୍ୟାସ କରି ନିଜର ଶକ୍ତି ପ୍ରଦର୍ଶନ କରିଛି। ଶୁକ୍ରବାର ଦିନ ବଙ୍ଗୋପସାଗରରେ ବ୍ୟାପକ ଭାବେ ଆରମ୍ଭ ହୋଇଥିବା ଏହି ମିଳିତ ଯୁଧ୍ୟ ଅଭ୍ୟାସ ଦୁଇ ଦିନ ଧରି ଚାଲିବ। ଅଧିକାରୀମାନେ କହିଛନ୍ତି ଯେ, ଏହି ମିଳିତ ସୁରକ୍ଷା ଯୁଧ୍ୟ ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଦୁଇ ନୌ ସେନାର ଆନ୍ତ – ଦକ୍ଷତାକୁ ମଜବୁତ କରିବା।
ଚୀନ୍ ସହ ତିକ୍ତତା ମଧ୍ୟରେ ଭାରତୀୟ ନୌ ସେନା ଏହି ମିଳିତ ଅଭ୍ୟାସ ପୂର୍ବରୁ ଭାରତ ମହାସାଗରରେ ଏହାର ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ପଠାଇ ବେଜିଂକୁ ଏକ ଦୃଢ଼ ବାର୍ତ୍ତା ଦେଇଥିଲା, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।
ସୂଚନାଯୋଗ୍ୟ ଯେ, ଜୁଲାଇରେ ଭାରତୀୟ ନୌ ସେନା ଆଣ୍ଡାମାନ ଏବଂ ନିକୋବର ସୀମାରେ ଆମେରିକାର ନୌ ସେନା କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍ ନେତୃତ୍ୱାଧୀନ ଆଣବିକ ଶକ୍ତି ସମ୍ପନ ଯୁଦ୍ଧ ଜାହାଜ ଏସ ଏସ ନିମିତେଜ଼ ସହିତ ମିଳିତ ଯୁଧ୍ୟ ଅଭ୍ୟାସ କରିଥିଲା। ଆମେରିକାର ନିମିତେଜ଼ ବିଶ୍ୱର ସର୍ବବୃହତ ଯୁଦ୍ଧ ଜାହାଜ ଭାବରେ ପରିଗଣିତ ହୁଏ | ପରବର୍ତ୍ତୀ ସମୟରେ, ଜୁନ୍ ମାସରେ ଭାରତ ଜାପାନ ସେନା ସହିତ ସମାନ ଯୁଧ୍ୟ ଅଭ୍ୟାସ କରିଥିଲା।