ରାସ୍ତା କଡରେ ଥିବା ଟ୍ୟାଙ୍କରକୁ ଧକ୍କା ଦେଲା କାର, ୬ ମୃତ

ଇନ୍ଦୋର,୨୩ /୨ : ମଧ୍ୟପ୍ରଦେଶର ଇନ୍ଦୋର ଲସୁଡିୟା ଥାନା ଅନ୍ତର୍ଗତ ତଲାବଲୀ ଚାନ୍ଦା ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଇନ୍ଧନ ଟ୍ୟାଙ୍କରକୁ ଧକ୍କା ଦେବାରୁ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକମାନଙ୍କ ବୟସ ୨୮ ବର୍ଷ ମଧ୍ୟରେ ବୋଲି କୁହାଯାଉଛି। କାରରେ ଥିବା ସମସ୍ତ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା।

Comments are closed.