ଭୁବେଶ୍ୱର,୪/୩ : ୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ। ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ। ଓଟିଭି ଫୋରସାଇଟ୍ – ୨୦୨୩ରେ (OTV Foresight) ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଓଟିଭିର ଫୋରସାଇଟ୍ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହା ମନ୍ତବ୍ୟ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି। ୨୦୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ ବୋଲି ପ୍ରତିଶ୍ରୁତି ଦେଉଛି। ଉଚ୍ଚ ମାନର ରାସ୍ତା ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ। ଓଡ଼ିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ରାସ୍ତା କାମ ଚାଲୁ ରହିଛି।’
