ବୈଜ୍ଞାନିକଙ୍କୁ ମିଳିଳା ବଡ଼ ସଫଳତା: ଆଲଜାଇମର ଚିହ୍ନଟ ପାଇଁ ନୂଆ ପ୍ରକ୍ରିୟା କଲେ ଉଦ୍ଭାବନ

ଆଲଜାଇମର ଚିହ୍ନଟ କରିବାରେ ଏକ ନୂଆ ପ୍ରକ୍ରିୟା ବାହାର କଲେ ବୈଜ୍ଞାନିକ । ବ୍ଲଡ୍ ଟେଷ୍ଟ ମାଧ୍ୟମରେ ବି ଏହି ରୋଗରୁ ଚିହ୍ନଟ କରାଯାଇପାରିବ । ଏହି ପ୍ରକ୍ରିୟା ଦ୍ୱାରା ବର୍ତ୍ତମାନର ଯେଉଁ ଯନ୍ତ୍ରଣାଦାୟକ ପ୍ରକ୍ରିୟାରେ ରୋଗ ଚିହ୍ନଟ କରାଯାଉଛି ସେଥିରୁ ମୁକ୍ତି ମିଳିବ । ବର୍ତ୍ତମାନ ଦୁଇଟି ପ୍ରକ୍ରିୟାରେ ଆଲ୍ଜାଇମରର ଚିହ୍ନଟ କରାଯାଉଛି ।

ପ୍ରଥମରେ ବ୍ରେନ୍ ସ୍କାନିଂ ଓ ଦ୍ୱିତୀୟରେ ସ୍ପାଇନାଲ କର୍ଡରୁ ସାମ୍ପଲ ନେବା । ଯାହା ଯନ୍ତ୍ରଣାଦାୟକ । ଏପରି ପ୍ରକ୍ରିୟାରେ ବେଳେ ବେଳେ ରୋଗୀର ମୁଣ୍ଡ ବି ବିନ୍ଧିଥାଏ । ସେରେବ୍ରୋ-ସ୍ପାଇନାଲ ଫ୍ଲୁଇଡକୁ (ମେରୁଦଣ୍ଡର ତରଳପଦାର୍ଥ) ପରୀକ୍ଷା କରାଯାଏ । କିନ୍ତୁ ବର୍ତ୍ତମାନର ରକ୍ତ ପରୀକ୍ଷା ଆଦୌ ଯନ୍ତ୍ରଣାଦାୟକ ହୋଇନଥିବା ବେଳେ ଖୁବଶୀଘ୍ର ରୋଗ ଚିହ୍ନଟ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ବିଶ୍ୱର ଅନ୍ୟ ବୈଜ୍ଞାନିକମାନେ ଏହି ନୂଆ ପରୀକ୍ଷା ପ୍ରକ୍ରିୟା ଉଦ୍ଭାବନ କରିବା ପରେ ଯନ୍ତ୍ରଣା ଦାୟକ ସିଏସଏଫ ପରୀକ୍ଷାର ଆବଶ୍ୟକ ପଡ଼ିବ ନାହିଁ ବୋଲି ସେମାନେ କହିଛନ୍ତି ।

ଏନେଇ ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଥୋମାସ କରିକରି କହିଛନ୍ତି, ରକ୍ତ ପରୀକ୍ଷା ଅନ୍ୟ ପରୀକ୍ଷା ଅପେକ୍ଷା ଶସ୍ତା ଓ ସୁରକ୍ଷିତ ଏବଂ ସଠିକ ରୋଗ ଚିହ୍ନଟର ସମ୍ଭାବନା ଅଧିକ ରହିଛି । ଏହା ଏକ ଆଣ୍ଟିବଡି ଜନିତ ରକ୍ତ ପରୀକ୍ଷା ଯାହାଦ୍ୱାରା ଏକ ବିଶେଷ ପ୍ରୋଟେନର ଚିହ୍ନଟ କରାଯାଏ । ଯାହାକୁ ବ୍ରେନ୍ ଡେରିଭାଇ ଟାଉ ବୋଲି କୁହାଯାଏ । ଏହି ପ୍ରୋଟେନ୍ ଅଲଜାଇମର ରୋଗ ସହ ସଂସ୍ଳିଷ୍ଠ ହୋଇଥାଏ । ଏହି ଗବେଷଣାରେ ୬୦୦ ରୋଗୀଙ୍କୁ ସାମିଲ୍ କରାଯାଇଥିଲା । ଯେଉଁମାନେ ଆଲଜାଇମରର ବିଭିନ୍ନ ଷ୍ଟେଜରେ ଥିଲେ ।