ଆଇପିଏଲ୍‌-୨୦୨୦ : ନାଇଟ୍‌ ରାଇଡର୍ସକୁ ୮୨ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ ଚଳିତ ସଂସ୍କରଣର ୨୮ତମ ମ୍ୟାଚରେ ସୋମବାର ସାରଜାରେ କଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହୋଇଥିଲେ। ଆଜିର ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସକୁ ୮୨ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ୧୯୫ ରନ୍‌ ବିଶାଳ ଲକ୍ଷ୍ୟକୁ ପିଛା କରି କୋଲକାତା ୨୦ ଓଭରରେ ୯ ୱିକେଟ ହରାଇ ୧୧୨ ରନ୍ କରି ପରାଜୟ ବରଣ କରିଛି ।

ଚଳିତ ଆଇପିଏଲରେ ଏହି ଦୁଇ ଦଳ ଏ ପର୍ଯ୍ୟନ୍ତ ୬ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ଉଭୟ ୪ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚରେ ପରାଜୟ ବରଣ କରିଛନ୍ତି । ଫଳରେ ଉଭୟ ଦଳର ୮ ପଏଣ୍ଟ ଲେଖାଏଁ ପାଇଛନ୍ତି । କିନ୍ତୁ ନେଟ ରନରେଟ୍ ଭିତ୍ତିରେ କୋଲକାତା ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବାବେଳେ ବାଙ୍ଗାଲୋର ୪ର୍ଥ ସ୍ଥାନରେ ରହିଛି ।