ଆଇପିଏଲ-୨୦୨୦ : ଆଜି ମୁହାଁମୁହିଁ ହେବେ ମୁମ୍ବଇ ଇଣ୍ଡିଆନ୍‌ସ-କଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି : ଆଜି ଆଇପିଏଲର ୩୨ତମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ମୁମ୍ବଇ ଇଣ୍ଡିଆନ୍‌ସ କଲକାତା ନାଇଟ୍‌ ରାଇଡର୍ସକୁ ପରାଜିତ କରିଥିଲା। ଆଜିର ମ୍ୟାଚରେ ମୁମ୍ବାଇକୁ ହରାଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଦିନେଶ କାର୍ତ୍ତିକଙ୍କ ନେତୃତ୍ବାଧୀନ କଲକାତା ନାଇଟ୍‌ ରାଇଡର୍ସ। କଲକାତା ନାଇଟ୍‌ ରାଇଡର୍ସ ୭ଟି ମ୍ୟାଚରୁ ୪ଟି ବିଜୟ, ୩ଟି ପରାଜୟ ସହ ୮ ପଏଣ୍ଟ ହାସଲ କରିଛି।

ସେହିପରି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍‌ସ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ହାସଲ କରିଛି। ମୁମ୍ବାଇ ବର୍ତମାନ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ଅଛି । ମୁମ୍ବାଇ ଆଜି କଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ଲକ୍ଷ୍ୟ ନେଇ ଖେଳିବ।