ଜାରିହେଲା ଆଇପିଏଲ୍ କ୍ରୀଡ଼ା ସୂଚୀ: ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ ମଧ୍ୟରେ ଉଦଘାଟନୀ ମ୍ୟାଚ

ନୂଆଦିଲ୍ଲୀ, ୬/୯ : ଆଜି ଜାରି ହୋଇଛି ଆଇପିଏଲ୍ କ୍ରୀଡ଼ାସୂଚୀ । ଆସନ୍ତା ୧୯ ତାରିଖରୁ ଆଇପିଏଲ୍ ୟୁନାଇଟେଡ଼ ଆରବ ଏମିରେଟ୍ସରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ ମଧ୍ୟରେ ମୁକାବିଲା ହେବ ।

ଟୂର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପୂର୍ବରୁ ଘୋଷିତ ହେବାର ଥିଲା, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ। ଏବେ ଚେନ୍ନାଇର ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ଦଳ ଅଭ୍ୟାସ୍‌ ମଧ୍ୟ ଆରମ୍ଭ କରି ଦେଇଛି। ଉଭୟ ଦଳ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ସେପ୍ଟେମ୍ବର ୧୯ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ।

୧୩ ତମ ସଂସ୍କରଣ ୫୩ ଦିନ ଧରି ଖେଳାଯିବ। ଏହାର ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୦ରେ ଖେଳାଯିବ। ଏଥିରେ ୧୦ ଡବଲ ହେଡର ଅର୍ଥାତ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ଆଇପିଏଲର ଆୟୋଜନ ୟୁଏଇର ତିନି ଜାଗା ଆବୁଧାବି, ଦୁବାଇ ଓ ଶାରଜାହାରେ ହେବ। ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଦ୍ଵିତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ୩ଟା ୩୦ରେ ଖେଳାଯିବ। ଦୁବାଇରେ ୨୪ ମ୍ୟାଚ୍, ଆବୁଧାବିରେ ୨୦ ଏବଂ ଶାରଜାହାରେ ୨୦ଟି ମ୍ୟାଚ୍ ଖେଳାଯିବ। ଫାଇନାଲ ମ୍ୟାଚ୍‌ର ଭେନ୍ୟୁ ପରେ ଘୋଷଣା କରାଯିବ।