ଆଇପିଏଲ -୨୦୨୦ : ଆଜି ମୁହାଁମୁହିଁ ହେବେ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍

ଦୁବାଇ, ୨୦/୧୦: ଆଜି ଆଇପିଏଲ୍‌ର ୩୮ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଲଗାତର ୨ଟି ମ୍ୟାଚ୍‌ ଜିତିବା ପରେ କିଙ୍ଗ୍‌ସ ଏକାଦଶର ମନୋବଳ ଦ୍ୱିଗୁଣିତ ହୋଇଛି । ଅନ୍ୟ ଦିଗରେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା କ୍ୟାପିଟାଲ୍ସ ଆଧିପତ୍ୟ ଜାରି ରଖିବା ଲକ୍ଷ୍ୟରେ ରହିଛି । ତେଣୁ ଆଜି ଆଉଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଆଶା କରାଯାଉଛି ।