ଆଇପିଏଲ୍ -୨୦୨୦ : ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଅଫକୁ ଉତିନ୍ନ
ଦୁବାଇ,୨ /୧୧ : ଆଜି ଲିଗ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ହରାଇହୋଇଛି। ଆଜିର ଏହି ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୫୨ରନ କରିବାରେ ସମର୍ଥ ହୋଇଥିଲା। ପାଡିକଲଙ୍କ ୫୦ ରନ ଏବଂ ଏବି ଡିଭିଲିୟର୍ସଙ୍କ ଦ୍ରୁତ ୩୫ ରନ ଇନିଂସ ବଳରେ ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୨ ରନ କରିଥିଲା। ବାଙ୍ଗାଲୋରର ୧୫୩ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୯ ଓଭରରେ ୪ ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଶିଖର ଧାଓ୍ୱନ ଓ ଆଜିଙ୍କ୍ୟ ରାହାଣେ ଅର୍ଧଶତକ ହାସଲ କରିଥିଲେ । ଧାଓ୍ୱନ ୫୪ ରନ୍ କରିଥିବା ବେଳେ ରାହାଣେ ୬୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୭ ରନ୍ କରିଥିଲେ । ଫଳରେ ଦିଲ୍ଲୀ ୧୯ ଓଭରରେ ୪ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ ଏସ ଅହମ୍ମଦ ଦୁଇଟି ଓ ଓ୍ୱାଶିଂଟନ ସୁନ୍ଦର, ଏମ ଶିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।