ଦୁବାଇ : ଆଇପିଏଲ ୨୦୨୦ର ଗୁରୁବାର ମ୍ୟାଚ୍ କେଏଲ ରାହୁଲଙ୍କ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ତେବେ ଆଜିର ମ୍ୟାଚ୍ରେ ଆରସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଅଧିନାୟକ କେଏଲ୍ ରାହୁଲଙ୍କ ଶତକ ବଳରେ ୩ ଓ୍ୱିକେଟ୍ ହରାଇ ୨୦୬ ରନ୍ ସଂଗ୍ରହ କରିଛି । ଏହା ସହ ବାଙ୍ଗାଲୋରକୁ ୨୦୭ ରନ୍ର ଟାର୍ଗେଟ୍ ଦେଇଛି । ବାଙ୍ଗାଲୋର ପକ୍ଷରୁ ଶିବମ ଦୁବେ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।