ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୩୯ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ମାତ୍ର ୮୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି କୋଲକାତା ଆଠ ୱିକେଟ୍ ହରାଇ ୮୪ ରନ୍ ସଂଗ୍ରହ କରିଥିଲା। କୋଲକାତାର ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ମୋର୍ଗାନ ସର୍ବାଧିକ ୩୦ ରନ୍ କରିଥିଲେ। ଏଥି ସହିତ ଆରସିବିର ମହମ୍ମଦ ସିରାଜ ଘାତକ ବୋଲିଂ କରିଥିଲେ। ଚାରି ଓଭରରେ ଦୁଇ ମେଡନ ସହ ସିରାଜ ୮ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ୍ ନେଇଥିଲେ।