ଆଇପିଏଲ ୨୦୨୧ : ଆଜି ବାଙ୍ଗାଲୋର-କଲକାତା ଓ ଦିଲ୍ଲୀ-ପଞ୍ଜାବ ମଧ୍ୟରେ ମୁକାବିଲା

ମୁମ୍ବଇ,୧୮ /୪ : ଆଇପିଏଲ ର ଆଜି ଦୁଇଟି ମ୍ୟାଚ ଖେଳାଯିବ। ଚେନ୍ନଇର ଚେପକ୍ ଷ୍ଟାଡ଼ିୟମରେ ଅପରାହ୍ଣଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-କଲକାତା ନାଇଟ୍‌ ରାଇଡର୍ସକୁ ଓ ରାତିରେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ- ପଞ୍ଜାବ କିଙ୍ଗ୍‌ସକୁ ଭେଟିବ। ବିରାଟ ବାହିନୀ ରୟାଲ ଚ୍ୟାଲେଞ୍ଜର୍ସ ଲଗାତାର ତୃତୀୟ ବିଜୟ ଲକ୍ଷ୍ୟ ରଖିଥିବାବେଳେ ଇୟାନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷ​‌େ​‌ର ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍‌ସ ଓ ଋଷଭ ପନ୍ତ୍‌ଙ୍କ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟ ଧାରାକୁ ଫେରିବାର ଲକ୍ଷ୍ୟ ନେଇ ଖେଳି​‌େ​‌ବ।