ବେଙ୍ଗାଲୁରୁ, ୧୦ /୪ : ଆଇପିଏଲ୍ର ୧୫ତମ ଲିଗ୍ ମୁକାବିଲାରେ ସୋମବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଲଢେଇ। ଗତ ସିଜନରେ ସୁପର ଜାଏଣ୍ଟ୍ସ ବିପକ୍ଷରେ ଆର୍ସିବି ୨ଟି ମ୍ୟାଚ୍ ଖେଳି ଅପରାଜୟ ରହିଥିଲା । ସୋମବାର ଦଳ ଏହି ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ । ଅନ୍ୟପଟେ ସୁପର ଜାଏଣ୍ଟ୍ସ ଆର୍ସିବି ବିରୋଧରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ସୋମବାର ସଂଧ୍ୟାରେ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେବାକୁ ମିଳିବ ବୋଲି ଆଶା ରଖିଛନ୍ତି ଦର୍ଶକ ।
