ଆଇପିଏଲ ମହାସମର : ଆଜି କଲକାତା ଓ ପଞ୍ଜାବ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ୍‌,୨୬ /୪ : କଲକାତା ନାଇଟ୍‌ ରାଇଡର୍ସ ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌କୁ ପରାସ୍ତକରି ବିଜେତାଙ୍କ ଭଳି ଆରମ୍ଭ କରିଥିଲା। ପରବର୍ତ୍ତୀ ୪ଟି ମ୍ୟାଚରେ କ୍ରମାଗତ ପରାଜୟ ବରଣ କରିଥିବା କଲକାତା ନାଇଟ୍‌ ରାଇଡର୍ସ ଆଜି ଅହମ୍ମଦାବାଦ୍‌ରେ ପଞ୍ଜାବ କିଙ୍ଗ୍‌ସ ସହିତ ୬ଷ୍ଠ ଲିଗ୍‌ ମ୍ୟାଚ ଖେଳିବ। କ୍ରମାଗତ ପରାଜୟ ପରେ ଦଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଥିବା ବେଳେ ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ବିଜୟଧାରା ବଜାୟ ରଖିବାକୁ ଉଦ୍ୟମ କରିବ।