ପାଚିଲା ଅମୃତ ଭଣ୍ଡା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖାସକରି ପେଟ ସମ୍ବନ୍ଧୀୟ କୌଣସି ବି ରୋଗ ପାଇଁ ଏହି ଫଳକୁ ରାମବାଣ ଭାବରେ ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ମଧ୍ୟ ଅଛି ଯେ ଜଳଖିଆରେ ଅମ୍ୟୃତଭଣ୍ଡା ଖାଇବା ଠିକ୍ କି ନୁହେଁ? ତେବେ ଆସନ୍ତୁ ଜାଣିବାକୁ ଚେଷ୍ଟା କରିବା ଯେ ଆପଣ ଅମୃତଭଣ୍ଡା ଖାଇବା ଦ୍ୱାରା କ’ଣ ଲାଭ ପାଇବେ ।
ତେବେ ଅମୃତଭଣ୍ଡା ଖାଇବା ପାଇଁ ସର୍ବୋତ୍ତମ ସମୟ ହେଉଛି ସକାଳ ଜଳଖିଆ । ଅମୃତଭଣ୍ଡାରେ ଭିଟାମିନ୍ ଏ ଏବଂ ଭିଟାମିନ୍ ସି ମିଳିଥାଏ । ଏହା ମଧ୍ୟ କିଛି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଯଦିଓ ଆପଣ ଏହି ଫଳକୁ ଯେକୌଣସି ସମୟରେ ଖାଇପାରିବେ, କିନ୍ତୁ ଯଦି ଆପଣ ଏହି ଫଳକୁ ସକାଳ ଜଳଖିଆ ସମୟରେ ସାମିଲ କରନ୍ତି, ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ । ଜାଣନ୍ତୁ ଫାଇଦା…
୧. ସକାଳୁ ଅମୃତଭଣ୍ଡା ସେବନ କରିବା ଉତ୍ତମ କାରଣ ଏଥିରେ ୮୦% ପାଣି ରହିଥାଏ। ଏହା ଫାଇବରରେ ଭରପୁର ଯାହା ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
୨. ଦୃଷ୍ଟିଶକ୍ତି ସୁଧାର ପାଇଁ ଅମୃତଭଣ୍ଡାରେ ପୋଷାକ ତତ୍ୱ ରହିଛି। ଏହାର ଧାତୁଗୁଡ଼ିକ ମୁକ୍ତ ରେଡିକାଲ୍ ରୋକିବାରେ ସାହାଯ୍ୟ କରେ। ଏହାସହ କୁଞ୍ଚନ ଏବଂ ଡାର୍କ ସର୍କଲରୁ ମଧ୍ୟ ମୁକ୍ତି ମିଳିଥାଏ।
୩. ଅମୃତଭଣ୍ଡା ତ୍ୱଚା ପାଇଁ ଉପଯୋଗୀ। ଏହା ତ୍ୱଚାକୁ ଚିକ୍କଣ କରିଥାଏ। ଏହାକୁ ଆପଣ ପେଷ୍ଟ କରି ମଧ୍ୟ ବ୍ୟବହାର କରିପାରିବେ। କିନ୍ତୁ ପେଷ୍ଟ ଲଗାଇବା ବଦଳରେ ଅମୃତଭଣ୍ଡା ଖାଇବା ଅଧିକ ଲାଭଦାୟକ।
୪. ଅମୃତଭଣ୍ଡା ରୋଗ ପ୍ରତିରୋଧକ କ୍ଷମତାକୁ ବହୁ ଦିନ ଯାଏଁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ନିଜ ଆହାରରେ ଅମୃତଭଣ୍ଡା ନିଶ୍ଚୟ ସାମିଲ କରିବା ଉଚିତ।
୫. ଅମୃତଭଣ୍ଡା କ୍ୟାନ୍ସର ଭଳି କିଛି ଗମ୍ଭୀର ରୋଗ ରୋକିବାରେ ସାହାଯ୍ୟ କରିଥାଏ। ଏହା ପ୍ରୋଷ୍ଟେଟ କ୍ୟାନ୍ସର ଆଶଙ୍କା କମ କରିଥାଏ।
୬. ଏହା ଚୁଟି ପାଇଁ ମଧ୍ୟ ଲାଭଦାୟକ। ଏହା ଉପିକୁ ରୋକିଥାଏ ଏବଂ ଚୁଟି ବଢ଼ିବାରେ ସାହାଯ୍ୟ କରିଥାଏ। ଏହା ଚୁଟିର ପ୍ରାକୃତିକ ଚମକ ବଜାୟ ରଖିଥାଏ।