ମାଗଣା ଅଟା ପାଇଁ ଚାଲିଗଲା ୩ ଶିଶୁଙ୍କ ସହ ୧୨ ଜୀବନ

ଇସଲାମାବାଦ : ପାକିସ୍ତାନର ଆର୍ଥିକ ଅବସ୍ଥା ପୂର୍ବରୁ ଶୋଚନୀୟ ରହିଛି। ତେବେ ବର୍ତ୍ତମାନ ମାଗଣା ଅଟା ପାଇବା ପାଇଁ ଚାଲିଯାଇଛି ୧୨ ଜଣଙ୍କ ଜୀବନ। ଶୁକ୍ରବାର ଦିନ ପାକିସ୍ତାନର ବନ୍ଦର ସହର କରାଚିରେ ଥିବା ଏକ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ମହିଳା ଓ ଶିଶୁଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଲୋକମାନେ ମାଗଣା ଅଟା ପାଇବାକୁ ଏଠାକୁ ଆସିଥିଲେ।

ଏଠାରେ ରମଜାନ ସମୟରେ ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷ ବଣ୍ଟନ କରାଯାଉଥିଲା। ବାସ୍ତବରେ,ପାକିସ୍ତାନରେ ମୁଦ୍ରାସ୍ଫୀତି ହେତୁ ଅଟା ମୂଲ୍ୟ କେଜି ପ୍ରତି ୧୬୦ ଟଙ୍କାରେ ପହଞ୍ଚିଛି। ତେଣୁ ସରକାର ଏହି କେନ୍ଦ୍ରଗୁଡିକ ମାଧ୍ୟମରେ ଶସ୍ତା ଏବଂ ମାଗଣା ଅଟା ଯୋଗାଉଛନ୍ତି। ମୃତକଙ୍କ ମଧ୍ୟରେ ଆଠ ଜଣ ମହିଳା ଏବଂ ତିନି ଜଣ ଶିଶୁ ଅଛନ୍ତି। ଏଥିସହ ୨୯ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ଭିଡ ପରେ ଦୌଡାଦୌଡି ଫଳରେ ଲୋକେ ଅନିୟନ୍ତ୍ରିତ ହୋଇଥିଲେ। କିଛି ଲୋକ ଅଜାଣତରେ ଏକ ବିଦ୍ୟୁତ ତାର ଉପରେ ପାଦ ଦେଇଥିବା ବେଳେ ଏହି କେନ୍ଦ୍ରରେ ଦୌଡାଦୌଡି ଆରମ୍ଭ ହୋଇ ଲୋକେ ଏଣେତେଣେ ହୋଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା।

SBI AD