ଏକା ଥରକେ ମହାକାଶକୁ ପଠାଇଲା ୩୬ଟି ଉପଗ୍ରହ : ଇସ୍ରୋର ଆଉ ଏକ ସଫଳତା

ଡେସ୍କ : ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ଏକା ଥରକେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ କରିଛି ଇସ୍ରୋ। ସକାଳ ୯ଟା ସମୟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏଲଭିଏମ୩-ଏମ୩ରୁ ରକେଟ ଜରିଆରେ ଏହି ଉତକ୍ଷେପଣ ହୋଇଛି। ‘ୱାନ ୱେବ୍ ଇଣ୍ଡିଆ -୨’ ମିଶନ ଅଧୀନରେ ଉତକ୍ଷେପଣ ହୋଇଥିବା ଏହି ରକେଟର ଲମ୍ବ ୪୩.୫ ମିଟରଓ ଓଜନ ୬୪୩ ଟନ୍‌। ୨୦୨୨ ଅକ୍ଟୋବର ୨୩ରେ ଇସ୍ରୋ ଏକା ଥରକେ ୩୬ଟି ଉପଗ୍ରହ ସଫଳତାର ସହ ଉତକ୍ଷେପଣ କରିଥିଲା।